Categories: ଜାତୀୟ

ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: କେରଳରେ ୫ ନୂଆ ରୋଗୀ

ନୂଆଦିଲ୍ଲୀ,୮।୩: ଭାରତରେ ବଢିବାରେ ଲାଗିଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା। ରବିବାର କେରଳରେ ୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସାରା ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା କହିଛନ୍ତି, ରବିବାର କେରଳରେ ଯେଉଁ ୫ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି ସେଥିମଧ୍ୟରୁ ୩ ଜଣ ନିକଟରେ ଇଟାଲିରୁ ଫେରିଥିଲେ। ଆଉ ଏମାନଙ୍କ ସଂସ୍ପର୍ଶରେ ଆସିବା ଫଳରେ ଅନ୍ୟ ୨ଜଣ କରୋନା ଭାଇରସରେ ପୀଡିତ ହୋଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୯୦ ଦେଶକୁ ବ୍ୟାପିସାରିଲାଣି। ଏପର୍ଯ୍ୟନ୍ତ ଏହାର ସଠିକ୍‌ ଚିକିତ୍ସା ପଦ୍ଧତି ମିଳିପାରି ନ ଥିବାରୁ ଦିନକୁ ଦିନ ଏହା ବଢିବାରେ ଲାଗିଛି ବୋଲି କୁହାଯାଉଛି।

Share