Categories: ଜାତୀୟ

ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ଜମ୍ମୁର ୫ ଜିଲାରେ ବନ୍ଦ ହେଲା ସିନେମା ହଲ୍‌

ଜମ୍ମୁ,୧୧।୩: କରୋନା ଭାଇରସ ଭାରତରେ ତା’ର ସ୍ଥିତି ଜାହିର କରିଥିବା ବେଳେ ଏବେ ଏହା ବଢିବାରେ ଲାଗିଛି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୬୦ ଛୁଇଁଥିବା ବେଳେ ଏହାକୁ ନେଇ ସମସ୍ତେ ଭୟଭୀତ ହୋଇପଡିଛନ୍ତି। ଇତି ମଧ୍ୟରେ ଇଟାଲିରୁ ଏୟାର ଇଣ୍ଡିଆର ଏକ ବିମାନ ଦିଲ୍ଲୀ ଆସିଥିବା ବେଳେ ସେଥିରେ ଥିବା ଯାତ୍ରୀଙ୍କୁ ବିନା ଯାଞ୍ଚରେ ଛାଡି ଦିଆଯାଇଥିବା ଜଣାପଡିଛି। ଫଳରେ ଦିଲ୍ଲୀ ବିମାନ ବନ୍ଦରରେ ସେମାନଙ୍କର ସ୍କ୍ରିନିଂ କରାଯାଇଥିବା କୁହାଯାଉଛି। ଏଭଳି ଖାମଖିଆଲ ନୀତି ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସେପଟେ କରୋନା ସଂକ୍ରମଣକୁ ଦେଖି ଜମ୍ମୁ ସମେତ ଶାମ୍ବା, କଠୁଆ, ରେଆସି ଓ ଉଦ୍ଧମପୁର ଭଳି ୫ ଜିଲାରେ ଥିବା ସିନେମା ହଲ୍‌ ଗୁଡିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି।

Share