ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଗଞ୍ଜାମକୁ ରେଡ୍‌ ଜୋନ୍‌; ମୟୂରଭଞ୍ଜ, ଜଗତସିଂହପୁରକୁ ଅରେଞ୍ଜ ଜୋନ୍‌ ଭାବେ ଘୋଷଣା

ଭୁବନେଶ୍ୱର,୭।୫(ବ୍ୟୁରୋ): ଗୋଟିଏ ଦିନରେ ଗଞ୍ଜାମରେ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୁବ୍‌ଶୀଘ୍ର ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେବାରୁ ରାଜ୍ୟ ସରକାର ଜିଲାକୁ ଗୁରୁବାର ରେଡ୍‌ ଜୋନ୍‌ ଭାବେ ଘୋଷଣା କରିଛନ୍ତି। ସେହିଭଳି ମୟୂରଭଞ୍ଜ ଓ ଜଗତସିଂହପୁରକୁ ମଧ୍ୟ ଅରେଞ୍ଜ ଜୋନ୍‌ ଭାବେ ଘୋଷଣା କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଗକୁ ଏହା ଆହୁରୀ ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜିଲାକୁ ରେଡ୍‌ ଜୋନ୍‌ ଘୋଷଣା କରାଯାଇଛି। ଏହାପରେ ଏଠାରେ ବିଭିନ୍ନ କଟକଣା ଲାଗିବ। ସେହିପରି ପୂର୍ବରୁ ଗ୍ରୀନ୍‌ ଜୋନ୍‌ରେ ଥିବା ମୟୂରଭଞ୍ଜରେ ଗୁରୁବାର ୩ଜଣ ଏବଂ ବୁଧବାର ଜଗତସିଂହପୁର ଜିଲାରେ ୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଜିଲାକୁ ଅରେଞ୍ଜ ଜୋନ୍‌ ଭାବେ ଘୋଷଣା କରାଯାଇଛି।