ବଢ଼ିବ ବାଜ୍‌ଓ୍ବାଙ୍କ କାର୍ଯ୍ୟକାଳ

ଇସ୍‌ଲାମାବାଦ,୯ା୧(ପି.ଟି.): ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ୍‌ ବାଜ୍‌ଓ୍ବାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବୃଦ୍ଧିକରିବା ଲାଗି ପାକିସ୍ତାନ ପାର୍ଲାମେଣ୍ଟରେ ବୁଧବାର ୩ ଗୁରୁତ୍ୱପୂର୍ଣ୍ଣ ବିଲ ପାସ୍‌ ହୋଇଛି। ଉଚ୍ଚସଦନରେ ପାସ୍‌ ହୋଇଥିବା ବିଲ୍‌ରେ ଜଳ, ସ୍ଥଳ ଓ ବାୟୁ ସେନାମୁଖ୍ୟଙ୍କ ଅବସର ବୟସ ୬୦ ବଦଳରେ ୬୪ ହେବ। ବିଲ୍‌ ପାସ୍‌ ହେବା ପରେ ଗୃହର ଅଧ୍ୟକ୍ଷ ସାଦିକ୍‌ ସଞ୍ଜ୍‌ରାନୀ ଗୃହକୁ ମୁଲ୍‌ତବୀ ରଖିଥିଲେ। ପୂର୍ବରୁ ପ୍ରତିରକ୍ଷା କମିଟି ପକ୍ଷରୁ ଏହାକୁ ସମ୍ମତି ପ୍ରଦାନ କରାଯାଇଥିଲା। ଏବେ ରାଷ୍ଟ୍ରପତି ଆରିଫ୍‌ ଆଲ୍‌ଭିଙ୍କ ସ୍ବାକ୍ଷର ପରେ ଏହା ଆଇନରେ ପରିଣତ ହେବ। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିଶ୍ୱାସଯୋଗ୍ୟ ବାଜ୍‌ଓ୍ବା ଗତବର୍ଷ ନଭେମ୍ବର ୨୯ରେ ଅବସର ନେବାର ଥିଲା। ଆଞ୍ଚଳିକ ଅସ୍ଥିରତାକୁ ଦେଖି ଇମ୍ରାନ୍‌ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପାକ୍‌ ସୁପ୍ରିମକୋର୍ଟ ଖାରଜ୍‌ କରିଦେଇଥିଲେ।

Share