ବଢ଼ିବ ବଣ୍ଟନ କମ୍ପାନୀଙ୍କ ଆର୍ଥିକ ବୋଝ

ଭୁବନେଶ୍ୱର,୨୪।୪(ବ୍ୟୁରୋ): କରୋନା ସଂକ୍ରମଣ ଦୃଷ୍ଟିରୁ ରାଜ୍ୟ ଲକ୍‌ଡାଉନ୍‌ ଜାରି ରହିଛି। ଏଥିଯୋଗୁ ଲୋକମାନଙ୍କର ଆର୍ଥିକ ସ୍ଥିତି ଦୋହଲିଯାଇଛି। ଏଭଳି ପରିସ୍ଥିତିର କେବେ ସୁଧାର ଆସିବ ତାହା ଜଣାପଡୁନାହିଁ। ଏହି ଘଡିସନ୍ଧି ମୁହୂର୍ତ୍ତରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଓଡିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆରସି) ସାମୟିକ ଭାବେ ଶୁଳ୍କ ବୋଝରୁ ମୁକ୍ତି ଦେଇଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଇଆରସି ବିଦ୍ୟୁତ୍‌ ଦର ବୃଦ୍ଧି ନ କରି ଅପରିବର୍ତ୍ତିତ ରଖିଛନ୍ତିି। ଗତ ୨ବର୍ଷ ହେବ ରାଜ୍ୟରେ ଶୁଳ୍କ ବଢି ନାହିଁ। ୨୦୧୯ରେ ସାଧାରଣ ନିର୍ବାଚନ ଥିବାରୁ ଦର ବୃଦ୍ଧି କରାଯାଇ ନ ଥିଲା। ଚଳିତ ବର୍ଷ କରୋନା ପାଇଁ ମଧ୍ୟ ଏ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ଓଇଆରସିଙ୍କ ଏହି ନିଷ୍ପତ୍ତି ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେଇଥିବା ବେଳେ ବିଦ୍ୟୁତ୍‌ ଉପତ୍ାଦନ, କ୍ରୟ ଓ ବଣ୍ଟନ କରୁଥିବା କମ୍ପାନୀଗୁଡିକ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। ଘରୋଇକରଣ ପରେ ରାଜ୍ୟରେ ବିଦ୍ୟୁତ୍‌ କ୍ଷେତ୍ରରେ ସୁଧାର ହେବ ବୋଲି ଆଶା କରାଯାଉଥିଲା। ମାତ୍ର ତାର ଫଳ ଓଲଟା ହେଲା। ଘରୋଇ ପରିଚାଳନା କମ୍ପାନୀଗୁଡିକ ବିଦ୍ୟୁତ୍‌ ଭିତ୍ତିଭୂମିର ବିକାଶ କରିବା ପରିବର୍ତ୍ତେ ନିଜର ଫାଇଦା ପାଇଁ ବଣ୍ଟନ କମ୍ପାନୀଗୁଡିକକୁ ଦେବାଳିଆ କରି ଦେଇଛନ୍ତି। ଘରୋଇ କମ୍ପାନୀ ବୋଝକୁ ଏବେ ରାଜ୍ୟ ସରକାର ବୋହିବାକୁ ବାଧ୍ୟ ହେଉଛନ୍ତିି। ଋଣ ବୋଝରେ ଅଣନିଃଶ୍ୱାସୀ ଥିବା ଗ୍ରୀଡ୍‌କୋ, ଓପିଜିସି, ଓପିଟିସିଏଲ ଏବଂ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଗୁଡିକ ଶୁ୍‌ଳ୍କ ବୃଦ୍ଧି ନ କଲେ ଅସମ୍ଭାଳ ପରିସ୍ଥିତି ହେବ ବୋଲି ଓଇଆରସିଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ କରୋନା ପାଇଁ ଉକ୍ତ କମ୍ପାନୀଗୁଡିକ ଉପରେ ଏହା ବୋଝ ଉପରେ ନଳିତା ବିଡା ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ବିଦ୍ୟୁତ୍‌ ଦର ବୃଦ୍ଧି କରା ନ ଗଲେ ସ୍ଥିତି ଜଟିଳ ହେବ। ୪ ବଣ୍ଟନ କମ୍ପାନୀ ଉପରେ ଗ୍ରୀଡ୍‌କୋର ୫୮୭୩.୩୩ କୋଟି ଟଙ୍କା ବାକି ପଡିଛି। ଏହାଛଡା ସରକାରୀ ଓ ଘରୋଇ ଶିଳ୍ପ ସଂସ୍ଥା ଉପରେ ମଧ୍ୟ ୩୪୮୨.୭୨ କୋଟି ଟଙ୍କା ବକେୟା ଗଡୁଛି। ଉପଭୋକ୍ତାଙ୍କ ନିକଟରୁ ୧୦୦ ପ୍ରତିଶତ ବିଲ ଆଦାୟ ନ ହେବା, ବାଣିଜି୍ୟକ ଓ ବୈଷୟିକ କ୍ଷତି ବୃଦ୍ଧି, ଚଢାଦରରେ ବିଦ୍ୟୁତ୍‌ କ୍ରୟ ବଣ୍ଟନ କମ୍ପାନୀଗୁଡିକୁ ଆହୁରି ଆର୍ଥିକ କ୍ଷତି ସହିବାକୁ ହେବ ବୋଲି ସେସୁର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସେହିପରି ଚଳିତ ବର୍ଷ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ପ୍ରାୟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥିସହିତ ସପ୍ତମ ବେତନ କମିଶନ ହାରରେ ଦରମା ଓ ବକେୟା ମଧ୍ୟ ଖର୍ଚ୍ଚ ବୋଝକୁ ଆହୁରି ଦ୍ୱିଗୁଣିତ କରିବ। ବିଦ୍ୟୁତ୍‌ ଭିତ୍ତିଭୂମି ମରାମତି ଓ ପରିଚାଳନା ପାଇଁ ୧୮ କୋଟି ଟଙ୍କାର ଆବଶ୍ୟକତା ପଡିବ। ବିଶ୍ୱ ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କଠାରୁ ବଣ୍ଟନ କମ୍ପାନୀ ନେଇଥିବା ଋଣ ଶୁଝିବାକୁୁ ହେବ। କିନ୍ତୁ ଚଳିତ ଆର୍ଥିକ ବର୍ଷ ପାଇଁ କମ୍ପାନୀଗୁଡିକୁ ୧୨୪୧୫.୦୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଅନ୍ୟପକ୍ଷରେ ବିଦ୍ୟୁତ୍‌ ଯୋଗାଉଥିବା ଗ୍ରୀଡ୍‌କୋର ଆର୍ଥିକ ସ୍ଥିତି ବେଳକୁ ବେଳ ଆହୁରି ବିଗିଡିବାରେ ଲାଗିଛି। ଏସବୁକୁ ଦେଖିଲେ ବିଦ୍ୟୁତ୍‌ ଉତ୍ପାଦନ ଓ ବଣ୍ଟନ କମ୍ପାନୀଗୁଡିକ ଭୟଙ୍କର ଆର୍ଥିକ କ୍ଷତିର ସମ୍ମୁଖୀନ ହେବା ଜଳଜଳ ଦିଶୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri