ବଢ଼ିବ ଚୁକ୍ତିଭିତ୍ତିକ ଡାକ୍ତରଙ୍କ କାର୍ଯ୍ୟକାଳ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦୁଇ ଦିନିଆ ସିଡିଏମ୍‌ଓ ସମ୍ମିଳନୀ ଚାଲିଛି। ଏହି ସମ୍ମିଳନୀର ଦ୍ୱିତୀୟ ଦିନରେ ଚୁକ୍ତିଭିତ୍ତିକ ଡାକ୍ତରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ନେଇ ଘୋଷଣା କରାଯାଇଛି। ପୂର୍ବରୁ ଏହା ୬୮ ବର୍ଷ ରହିଥିବା ବେଳେ ଏବେ ଏହାକୁ ବୃଦ୍ଧି କରାଯାଇ ୭୦ କରାଯିବ। ଏ ନେଇ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।

ବୁଧବାର ସମ୍ମିଳନୀକୁ ଉଦ୍‌ଘାଟନ କରିବା ଅବସରରେ ମନ୍ତ୍ରୀ ଦାସ ସିଡିଏମ୍‌ଓଙ୍କୁ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ସ୍ବାସ୍ଥ୍ୟ ବିଭାଗର ଭିଜନ-୨୦୨୫ ପଲିସି ନେଇ ସିଡିଏମ୍‌ଓଙ୍କୁ ପରାମର୍ଶ ଦେଇଥିଲେ।