ବଡ ପରଦାକୁ ଫେରିବେ ଶାହାରୁଖ!

ମୁମ୍ବାଇ: ଦୀର୍ଘ ପ୍ରାୟ ୨ ବର୍ଷର ବ୍ରେକ୍‌ଅପ୍‌ ପରେ ପୁଣିଥରେ ଶାହାରୁଖ ଖାଁ ବଡ ପରଦାକୁ ଫେରିବେ ବୋଲି ଶୁଣିବାକୁ ମିଳିଛି। ଏଥର କୁଆଡେ ସେ ରାଜକୁମାର ହିରାନିଙ୍କ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଯଦି କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ଅବା ଅନ୍‌ଲକରେ କିଛି ଅସୁବିଧା ଦେଖା ନ ଯାଏ ତେବେ ଶାହାରୁଖଙ୍କ ଫିଲ୍ମ ଅକ୍ଟୋବର ସୁଦ୍ଧା ଶୁଟିଂ କରାଯିବା ଯୋଜନା ରହିଛି। ଏହାରି ଭିତରେ ବଲିଉଡ୍‌ ବାଦଶାହା ଶାହାରୁଖ ପାଖାପାଖି ୨୦ଟି ସ୍କ୍ରିପ୍ଟ ପଢି ସାରିଥିବା ବେଳେ ଶେଷକୁ ହିରାନିଙ୍କ ସହ କାମ କରିବେ ବୋଲି ଜଣାପଡିଛି।

Share