ବଡ ପରଦାକୁ ଫେରିବେ ରାହୁଲ !

ମୁମ୍ବାଇ: ଦିନେ ବଲିଉଡ୍‌ରେ ହ୍ୟାଣ୍ଡସମ ହିରୋ ଭାବେ ପରିଚିତ ଥିବା ରାହୁଲ ରଏ କିଛିଦିନ ହେବ ଆଉ ବଡ ପରଦାରେ ନଜର ଆସୁ ନାହାନ୍ତି। ଏବେ କିନ୍ତୁ ପୁଣିଥରେ ସେ ବଡ ପରଦାକୁ ଫେରିବେ ବୋଲି ଜଣାପଡିଛି। ଲକ୍‌ଡାଉନ ସମୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ଘର ବାହୁଡାକୁ ନେଇ ଏବେ ବଲିଉଡ୍‌ରେ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଆଉ ଏଥିରେ ରାହୁଲ ରଏ ନଜର ଆସିବେ ବୋଲି ଜଣାପଡିଛି। ‘ଆଶିକି’ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ନିକଟରେ ଭିନ୍ନ ପରିଚୟ ସୃଷ୍ଟ କରିଥିବା ରାହୁଲ ପୁଣିଥରେ ଦର୍ଶକଙ୍କ ନିକଟତର ହେବାକୁ ଚେଷ୍ଟା କରିବେ ନିଶ୍ଚୟ। ଏହି ଫିଲ୍ମର ନାଁ ‘ଦ ଓ୍ବାକ୍‌’ ରଖାଯାଯିବ ବୋଲି ଜଣାପଡିଥିବା ବେଳେ ଏହାର ଶୁଟିଂ ଆସନ୍ତା ସପ୍ତାହରେ କରାଯାଇପାରେ।

Share