ବଡ ଧରଣର ଆତଙ୍କବାଦୀ ଆକ୍ରମଣ: ୭ ମୃତ

ଭିଏନା, ୩।୧୧: ଅଷ୍ଟ୍ରିଆର ଭିଏନା ସହରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ ଜଣେ ଆତଙ୍କବାଦୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ଭିଏନା ପୋଲିସ ବିଭାଗ ଅନୁଯାୟୀ ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ଭିଏନା ପୋଲିସର ଏକ ଟୁଇଟ୍‌ରେ କୁହାଯାଇଛି ଯେ ରାତି ୮ ଟା ସମୟରେ ସହରରେ ଥିବା ସିଟି ସେଣ୍ଟରର ଏକ ଗଳିରେ ଅଚାନକ ଗୁଳିବର୍ଷଣ ଆରମ୍ଭ ହୋଇଥିଲା। ସହରର ୬ଟି ସ୍ଥାନରେ ଗୁଳିବର୍ଷଣ ହୋଇଥିଲା। ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି। ତେବେ ଲୋକଙ୍କ ବାହାରକୁ ନ ବାହାରିବାକୁ ପୋଲିସ ପରାମର୍ଶ ଦେଇଛି। ଏହି ଘଟଣାକୁ ଅଷ୍ଟ୍ରିଆର ଚାନ୍ସେଲର୍‌ ସେବାସ୍ତିଆନ କୁର୍ଜ ତୀବ୍ର ନିନ୍ଦା କରିଛନ୍ତି।

Share