ବଡ଼ ପରଦାରେ ଦୀପାବଳି

ମୁମ୍ବାଇ: ସବୁ ବଡ ବଡ ପର୍ବକୁ ରୁପେଲି ପରଦାରେ ଦେଖାଇବାକୁ ଚାହିଁଥାଆନ୍ତି ନିର୍ମାତା ନିର୍ଦ୍ଦେଶକ। ସେ ହୋଲି ହେଉ କି ଦୀପାବଳି, ଦଶହରା ହେଉ ଅବା ଗଣେଶ ପୂଜା। ସେମିତି ଦୀପାବଳିକୁ ନେଇ ମଧ୍ୟ ହିନ୍ଦୀ ଚଳଚ୍ଚିତ୍ର ଜଗତ ଦର୍ଶକଙ୍କ ନିକଟତର ହୋଇଛି। କଳାଧଳା ପରଦାରୁ ଆରମ୍ଭ କରି ଏବେକାର ରଙ୍ଗିନ ପରଦା ପର୍ଯ୍ୟନ୍ତ ଦୀପାବଳିକୁ ଏଠି ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଇଛି। ୧୯୫୯ରେ ଆସିଥିବା ଚଳଚ୍ଚିତ୍ର ‘ପୟିଗାମ୍‌’ରେ ଦର୍ଶକ କଳାଧଳା ପରଦାରେ ଦେଖିଥିଲେ ଦୀପାବଳିର ଝଲକ୍‌। ‘କେଶେ ଦିଓ୍ବାଲି ମନାୟେ’ ଗୀତ ମାଧ୍ୟମରେ ନିର୍ମାତା ଦର୍ଶକଙ୍କୁ ଭେଟି ଦେଇଥିଲେ ଦୀପାବଳିର କିଛି ମୁହୂର୍ତ୍ତକୁ। ସେହି ବର୍ଷ ଫିଲ୍ମ ‘ନଜରାନା’ରେ ମଧ୍ୟ ‘ମେଲେ ହେ ଚିରାଗୋ କେ’ ଗୀତଟି ଦୀପାବଳିକୁ ନେଇ ପ୍ରସ୍ତୁତ କରାଯାଇଥିଲା। ୧୯୬୪ରେ ମୁଭି ‘ହକିକତ୍‌’ରେ ମଧ୍ୟ ଦୀପାବଳିକୁ ସ୍ଥାନ ମିଳିଥିଲା। ଏହାପରେ ରଙ୍ଗିନ ଚଳଚ୍ଚିତ୍ରରେ ଦୃଶ୍ୟାୟିତ ହେଲା ଦୀପାବଳି। ୧୯୭୩ରେ ‘ଜୁଗ୍‌ନୁ’ ଚଳଚ୍ଚିତ୍ର ମାଧ୍ୟମରେ ଦିଓ୍ବାଲି ଗୀତରେ ଅଭିନୟ କଲେ ହି ମ୍ୟାନ୍‌ ଧର୍ମେନ୍ଦ୍ର। ୧୯୯୨ରେ ଚଳଚ୍ଚିତ୍ର ‘ଯୋ ଜିତା ଓ୍ବହି ସିକନ୍ଦର’ରେ ‘ସେହେର କି ପରିୟୋଁ’ ଗୀତରେ ଦୀପାବଳିକୁ ସ୍ଥାନିତ କରାଗଲା। ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରିଥିବା ୨୦୦୧ର ଚଳଚ୍ଚିତ୍ର ‘ଆମଦାନି ଆଠାନି ଖର୍ଚ୍ଚା ରୂପୟା’ରେ ‘ଆୟେ ହୋ ଦିଓ୍ବାଲି ଶୁନ ଲୋ ଘରଓ୍ବାଲି’ ଗୀତ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ୨୦୦୦ମସିହାରେ ପରଦାରେ ରାଜ୍‌ କରିଥିବା ଚଳଚ୍ଚିତ୍ର ‘ମୋହବତେ’ରେ ମଧ୍ୟ ‘ପରିୟେଁା ମେ ବନ୍ଧନ ହୈ’ ଗୀତରେ ଦେଖିବାକୁ ମିଳିଥିଲା ଦୀପାବଳିର ଝଲକ୍‌। ସେହିପରି ୨୦୦୧ରେ ପରଦାକୁ ଆସିଥିବା ବିଗ୍‌ ବି ଓ ଜୟା ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ର ‘କଭି ଖୁସି କଭି ଗମ୍‌’ରେ ସ୍ଥାନିତ ହୋଇଥିଲା ଏକ ଦିଓ୍ବାଲି ସଙ୍ଗ୍‌। ଏହାର ଟାଇଟଲ ସଙ୍ଗ୍‌ ହିଁ ଦିଓ୍ବାଲି ପର୍ବର ତାତ୍ପର୍ଯ୍ୟକୁ ବଖାଣିଥିଲା। କେବଳ ଏତିକି ନୁହେଁ, ବଲିଉଡର ଆଉ ଏକ ବିଶେଷତ୍ୱ ହେଉଛି ଦିଓ୍ବାଲିକୁ ନଜରରେ ରଖି ଏଠାରେ ନିର୍ମାତା ନିର୍ଦ୍ଦେଶକମାନେ ଦର୍ଶକଙ୍କୁ ଭେଟି ଦିଅନ୍ତି କିଛି ଭିନ୍ନ ସ୍ବାଦର ଚଳଚ୍ଚିତ୍ର।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri