ବଡ଼ ଡାକ୍ତରଖାନାରେ ଚିକିତ୍ସା ସେବା ଦେଖିଲେ ଏମ୍‌ପି, ବିଧାୟକ

ବ୍ରହ୍ମପୁର ଅଫିସ,୯ା୯-ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ରବିବାର ଅପରାହ୍ନରେ ଅଚାନକ ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲକୁ ଯାଇ ସମସ୍ୟା ଅନୁଧ୍ୟାନ ସହ ରୋଗୀଙ୍କୁ କିଭଳି ସେବା ଯୋଗାଇ ଦିଆଯାଉଛି ତାହା ତଦାରଖ କରିଥିଲେ । ଶିଶୁରୋଗ ୱାର୍ଡକୁ ଯାଇ ଅବସ୍ଥା ଦେଖିବା ସହ ରୋଗୀଙ୍କ ସମ୍ପର୍କୀୟ ଓ ଅନ୍ୟମାନଙ୍କ ସହିତ ଆଲୋଚନା କରିଥିଲେ ।
ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ରାଧାମାଧବ ତ୍ରିପାଠୀ, ବଡ଼ ଡ଼ାକ୍ତରଖାନା ଅଧୀକ୍ଷକ ପ୍ରଫେସର ଚରଣ ପଣ୍ଡା ଓ ଅନ୍ୟ ଚିକିତ୍ସକଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବାକୁ ଏମ୍‌ପି ଓ ବିଧାୟକ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାର ବହୁ ଟଙ୍କା ବ୍ୟୟରେ ନିର୍ମାଣ କରିଥିବା ବଡ଼ ବଡ଼ ବିଲଡିଂଗୁଡ଼ିକ କାର୍ଯ୍ୟକ୍ଷମ କରାଯିବା ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ।