Categories: ଜାତୀୟ

ବଡ଼ ଘର ବଡ଼ ଗୁମର କଥା: ରାତିଅଧରେ ଫାଟକ ପିଟିଲେ ଲାଲୁଙ୍କ ବୋହୂ ଐଶ୍ଚର୍ଯ୍ୟା; ଫିଟିଲାନି ଫାଟକ

ପାଟନା,୩୦।୯: ବିହାର ଆର୍‌ଜେଡି ପ୍ରମୁଖ ଲାଲୁ ଯାଦବଙ୍କ ଘର ଝଗଡ଼ା ଏବେ ପଦାକୁ ଆସିଛି। ଘରୋଇ କନ୍ଦଳକୁ ନେଇ ବୋହୂ ଐଶ୍ଚର୍ଯ୍ୟା ରାୟ ତାଙ୍କ ପିତାଙ୍କୁ ଫୋନ୍‌ କରି ଡକାଇଥିଲେ। ପିତା ଚନ୍ଦ୍ରିକା ରାୟ ଆସିବାରୁ ତାଙ୍କୁ ନେବା ପାଇଁ ଐଶ୍ଚର୍ଯ୍ୟା ଘର ବାହାରକୁ ଆସିଥିଲେ। ତେବେ ଏହାପରେ ଗାର୍ଡ ଫାଟକ ବନ୍ଦ କରିଦେଇଥିଲେ। ଐଶ୍ଚର୍ଯ୍ୟା ଏବଂ ତାଙ୍କ ପିତା ବର୍ଷାରେ ବାହାରେ ଠିଆ ହୋଇ ଫାଟକ ପିଟିଥିଲେ। ତେବେ ଗାର୍ଡ ଫାଟକ ଖୋଲି ନ ଥିଲା। ଏହାପରେ ଚନ୍ଦ୍ରିକାଙ୍କ ସମର୍ଥକ ଲାଲୁଙ୍କ ବାସ ଭବନ ବାହାରେ ଭିଡ଼ ଜମାଇଥିଲେ। ଏହାପରେ ଐଶ୍ଚର୍ଯ୍ୟାଙ୍କ ମା ପୂର୍ଣ୍ଣିମା ରାୟ ଅନ୍ୟ କିଛି ଲୋକଙ୍କ ସହିତ ଲାଲୁଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ। ଲାଲୁଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କ ସ୍ତ୍ରୀ ଐଶ୍ଚର୍ଯ୍ୟା ପରିବାର ସଦସ୍ୟଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିବାରୁ ଘରେ ଝଗଡ଼ା ଆରମ୍ଭ ହୋଇଥିବା କୁହାଯାଉଛି।

Share