ବଡ଼ଦାଣ୍ଡରୁ ହଟୁଛନ୍ତି ଉଠାଦୋକାନୀ

ପୁରୀ ଅଫିସ, ୨୨।୬: ରଥଯାତ୍ରାକୁ ନେଇ ଗୋଟିଏ ପରେ ଗୋଟିଏ ବାଟ ଫିଟୁଥିବା ବେଳେ ଅନ୍ୟପଟେ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଜୋର୍‌ ଧରିଛି। ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ ଦାଣ୍ଡର ଉଭୟ ପାର୍ଶ୍ୱରେ ବସିଥିବା ଉଠାଦୋକାନୀ ଏବଂ ଅସ୍ଥାୟୀ କ୍ୟାବିନକୁ ହଟାଯାଉଛି। ପୁରୀ ପୌର ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସନ୍ଧ୍ୟା ସୁଦ୍ଧା ସମସ୍ତ ଉଠା ଦୋକାନ ହଟିଯିବା ଲାଗି ନିର୍ଦ୍ଦେଶ ଦେବା ପରେ ଦୋକାନୀମାନେ ତାଙ୍କ ବ୍ୟବସାୟିକ ପସରାକୁ ହଟାଇ ନେଉଛନ୍ତି।