ବଡ଼ଗାଁ ରାମଲୀଳା ଯାତ୍ରା: ପିତୃସତ୍ୟ ପାଳନ କରି ବନବାସ ଗଲେ ଶ୍ରୀରାମଚନ୍ଦ୍ର

ବଡ଼ଗାଁ, ୨୧।୪ (ଡି.ଏନ.ଏ)-ବଡ଼ଗାଁର ରାମଲୀଳା ଯାତ୍ରାର ସପ୍ତମ ରଜନୀରେ ରାମଚନ୍ଦ୍ରଙ୍କ ବନବାସ ମଞ୍ଚସ୍ଥ ହୋଇଛି। ଦାସୀ ମନ୍ଥରାଙ୍କ କୁମନ୍ତ୍ରଣାରେ ପଡି ରାଜା ଦଶରଥଙ୍କ ମଧ୍ୟମା ରାଣୀ କୈକେୟୀ ରାଜାଙ୍କ ଦୁର୍ବଳ ମୂହୂର୍ତ୍ତର ସୁଯୋଗ ନେଇ ୨ବର ଦେବା ପାଇଁ ସର୍ତ୍ତ ରଖିଥିଲେ । ପ୍ରଥମ ବରରେ ରାମଚନ୍ଦ୍ର ୧୪ ବର୍ଷ ବନବାସ କରିବେ ଓ ଦ୍ୱିତୀୟ ବରରେ ନିଜ ପୁତ୍ର ଭରତ ରାଜସିଂହାସନରେ ଅଭିଷିକ୍ତ ହୋଇ ଅଯୋଧ୍ୟାର ରାଜା ହେବେ। ଏହି ବର ଯୋଗୁ ରାଜା ଦଶରଥ ଧର୍ମ ସଙ୍କଟରେ ପଡିଥିଲେ। ଏହି ସମୟରେ ପିତୃଭକ୍ତ ରାମ ପିତାଙ୍କ ମର୍ମବେଦନା ବୁଝିପାରି ପିତୃସତ୍ୟ ରକ୍ଷା ପାଇଁ ବନବାସ ଯିବାକୁ ବିନାଦ୍ୱିଧାରେ ଆଗଭର ହୋଇଥିଲେ। ଶ୍ରୀରାମଙ୍କ ସହିତ ଭାଇ ଲକ୍ଷ୍ମଣ ଓ ସ୍ତ୍ରୀ ସତୀ ସୀତାଙ୍କ ସହିତ ବନ ଅଭିମୁଖେ ଯାତ୍ରା କରିଥିଲେ। ଏହି କରୁଣଦୃଶ୍ୟକୁ କଳାକାରଙ୍କ ଦ୍ୱାରା ହୃଦୟସ୍ପର୍ଶୀ ହୋଇଥିଲା। ଶ୍ରୀରାମ, ଲକ୍ଷ୍ମଣ, ସୀତା, ଦଶରଥ, କୌଶଲ୍ୟା, କୈକେୟୀ, ମନ୍ଥରା, ବଶିଷ୍ଠ ଋଷି ଭୂମିକାରେ ଯଥାକ୍ରମେ ଲୁଲୁ ପାଣିଗ୍ରାହୀ, ଦୀପକ ପୃଷେଟ, କମଳେନ୍ଦୁ ପାଣିଗ୍ରାହୀ, ଭିକାରୀ ଚରଣ ସା, ଦିବ୍ୟଲୋଚନ ମିଶ୍ର, ସୁରେଶ ସେଠ, ମହାଦେବ ସା, ସୋନୁ ପାଣିଗ୍ରାହୀ ଅଭିନୟ କରିଥିଲେ। ଯାତ୍ରା ଆରମ୍ଭ ପୂର୍ବରୁ ରାଉରକେଲା ଶ୍ରୀକ୍ଷେତ୍ର କଳା ପରିଷଦ ଦ୍ୱାରା ସଙ୍ଗୀତ ପରିବେଷଣ ଓ ବଡ଼ଗାଁ ବ୍ଲକ ତଳିମୁଣ୍ଡା ଗ୍ରାମର ରାଧାକୃଷ୍ଣ ଆଦିବାସୀ ସାଂସ୍କୃତିକ ଦଳ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ ରାଧାକୃଷ୍ଣ ଦଳର ଶିଶୁ ବାଦ୍ୟକାର କ୍ଷୀରୋଦ ନାଏକ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri