ବଡଗାଁ ତହସିଲରେ ସରକାରୀ ନିୟମ କାମରେ ଆସୁନି: ୨ମାସ ପରେ ମଧ୍ୟ ମିଳୁନାହିଁ ପ୍ରମାଣପତ୍ର

ବଡ଼ଗାଁ, ୨୫।୬ (ଡି.ଏନ.ଏ)- ସରକାର ଲୋକଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରି କର୍ମଚାରୀମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହେଲେ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀମାନେ ଏହାର ଖିଲାପ କରୁଥିଲେ ମଧ୍ୟ ଦୃଢ଼ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଅଭାବରୁ ଚରମ ଅବ୍ୟବସ୍ଥା ଦେଖାଦେଉଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାରେ ପଡୁଛନ୍ତି। ଏଭଳି ଏକ ଘଟଣା ସୁନ୍ଦରଗଡ ଜିଲା ବଡଗାଁ ତହସିଲ ଅଫିସରେ ଦେଖାଯାଇଛି। ସରକାରଙ୍କ ନିୟମାନୁଯାଇ ଗୋଟିଏ ମାସରେ ଜାତି ପ୍ରମାଣପତ୍ର ଓ ୧୫ ଦିନରେ ଆୟ ଏବଂ ବାସିନ୍ଦା ପ୍ରମାଣପତ୍ର ଦେବା ବ୍ୟବସ୍ଥା କରାଯାଇଛି। କିନ୍ତୁ ଚରମ ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ବଡଗାଁ ତହସିଲରେ ଦେଢ଼ରୁ ୨ମାସ ବିତିଗଲା ପରେ ମଧ୍ୟ ଜନସେବା କେନ୍ଦ୍ରରେ ଅନଲାଇନ ଆବେଦନ କରିଥିବା ବେକାର ଯୁବତୀ ଯୁବକ, ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ପ୍ରମାଣପତ୍ର ମିଳୁନାହିଁ। ବଡ଼ଗାଁ ଲିଟିପଡାର ଦୀପକ ବାଗେ, ଦୀପା ବାଗେ, ଇତମା ଗ୍ରାମର ସୁଶାନ୍ତ ଟପ୍ପୋ, ପ୍ରିୟଦର୍ଶିନୀ ବେହେରା, ଗୁପ୍ତେଶ୍ୱର ରାଉତ, ଶର୍ମିଷ୍ଠା ସାହୁ, ଚାରପାଲି ଗ୍ରାମର ଅଜୟ ମାଝି, ଜମର୍ଲା ଗ୍ରାମର କୁମୁଦିନୀ ପୃଷେଟ, ଛାମୁଣ୍ଡା ଗ୍ରାମର ବିକି କିଷାନ, ବୁଦୁନା ଗ୍ରାମର ଅମିଶା ଟପ୍ପୋ, ସାହାଜବାହାଲ ଗ୍ରାମର ଅଙ୍କିତ କୁମାର ଦାସ, କଣ୍ଟିଆମୁରା ଗ୍ରାମର ଅର୍ଣ୍ଣବତୀ କିଷାନ, ବରୁଣ କୁମାର ନାଏକ, ଶ୍ୟାମ କିଷାନ, ଝାରମୁଣ୍ଡା ଗ୍ରାମର ମିନାକ୍ଷୀ ନାଏକ, ଟିକିଲିପଡା ଗ୍ରାମର ରାଜେନ୍ଦ୍ର କେର୍କେଟାଙ୍କ ଭଳି ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର, ବେକାରୀ ଯୁବତୀ ଯୁବକ ସ୍କୁଲ, କଲେଜରେ ନାମ ଲେଖାଇବା ଓ ଚାକିରୀ ପାଇଁ ଆବଶ୍ୟକ ଜାତି, ବାସିନ୍ଦା ଓ ଆୟ ପ୍ରମାଣପତ୍ର ନ ପାଇ ହଇରାଣ ହେଉଛନ୍ତି। ଏମାନେ ପ୍ରାୟ ୨ ମାସ ହେଲା ଆବେଦନ କରିଥିଲେ ମଧ୍ୟ ସରକାରୀ ନିୟମ, ବ୍ୟବସ୍ଥାର ଲାଭ ପାଇନାହାନ୍ତି। ୨ ମାସ ମଧ୍ୟରେ କାଳେ ହୋଇଯାଇଥିବା ଆଶା ରଖି ୧୫ ରୁ ୨୦ ଥର ଅଫିସ ଓ ଜନସେବା କେନ୍ଦ୍ରକୁ ଆସି ସମୟ ନଷ୍ଟ ଏବଂ ଖର୍ଚ୍ଚାନ୍ତରେ ପଡୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ନିଶ୍ଚିନ୍ତରେ ଅଛନ୍ତି। ସ୍କୁଲ, କଲେଜରେ ନାମ ଲେଖା ସମୟ ହୋଇଥିବାରୁ ତହସିଲରେ କିପରି କାମ ହେଉଛି ସେଥିପ୍ରତି ଜିଲା ଅଧିକାରୀମାନେ ମଧ୍ୟ ଦୃଷ୍ଟି ଦେଉ ନ ଥିବାରୁ ଲୋକଙ୍କ ସମସ୍ୟା ବଢ଼ି ଚାଲିଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର ଭାଜପା ବଡଗାଁ ମଣ୍ଡଳ କାର୍ଯ୍ୟକାରୀ ସଭାପତି ଦିଲୀପ ସେନାପତି, ବଡଗାଁ, ଇତମା, ଭୋଇପାଲି ପଞ୍ଚାୟତ ସଭାପତି ଯଥାକ୍ରମେ ବାବୁଲି କର୍ସେଲ, ଅଖିଳ ବେହେରା, ପ୍ରେମାନନ୍ଦ ନାଏକ, ସକ୍ରିୟ କର୍ମୀ ପ୍ରତାପ ମହାପାତ୍ର, ରୂପେଶ ପଣ୍ଡା ପ୍ରମୁଖ ବିଡିଓଙ୍କୁ ସାକ୍ଷାତ କରି ସମସ୍ୟା ଉପରେ ଅବଗତ କରାଇ ସମାଧାନ ଦାବି କରିଛନ୍ତି। ଏହା ଉପରେ ବିଡିଓ କ୍ଷମାନିଧି ଭୋଇଙ୍କୁ ପଚାରିବାରେ ନିର୍ବାଚନ ପାଇଁ ଓ ନେଟ ଠିକ କାମ କରୁ ନ ଥିବାରୁ ବିଳମ୍ବ ହୋଇଥିବା କହିଛନ୍ତି। ତେବେ ବଡଗାଁ ତହସିଲଦାର ତାଙ୍କ ବ୍ୟକ୍ତିଗତ କାମରେ ଛୁଟି ନେଇ ଯାଇଥିଲା ବେଳେ ନିର୍ବାଚନ ପୂର୍ବରୁ ଅତିରିକ୍ତ ତହସିଲଦାରଙ୍କ ବଦଳି ଯୋଗୁ ଠିକ ସମୟରେ କାମ ହୋଇପାରୁନାହିଁ। ଦୁର୍ଭାଗ୍ୟର ବିଷୟ ସରକାର ଛାତ୍ରୀଛାତ୍ର, ବେକାର ଯୁବତୀଯୁବକ କମ୍‌ ଖର୍ଚ୍ଚରେ ସୁବିଧାରେ ପ୍ରମାଣପତ୍ର ପାଇବା ପାଇଁ ନିୟମ, ବ୍ୟବସ୍ଥା କରିଥିଲେ ମଧ୍ୟ କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା, ଖାମଖିଆଲି ଯୋଗୁ ଛାତ୍ରୀଛାତ୍ର ଖର୍ଚ୍ଚାନ୍ତରେ ପଡିବା ସହ ହଇରାଣ ହେଉଛନ୍ତି। ତେଣୁ ବ୍ୟବସ୍ଥାଗତ ପରିଚାଳନା ପ୍ରତି ଦୃଷ୍ଟିଦେବା ସହିତ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସରକାର କରିଥିବା ବ୍ୟବସ୍ଥା, ନିୟମ କେବଳ ନାଁକୁ ମାତ୍ର ହୋଇ ରହିବ । ଜିଲାପାଳ ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri