ବଜ୍ରପାତରେ ମହିଳାଙ୍କ ଜୀବନ ଗଲା

ରାଇରଙ୍ଗପୁର,୨୯।୪(ଡି.ଏନ୍‌.ଏ.):  ମୟୂରଭଞ୍ଜ ଜିଲା ଗୋରୁମହିଷାଣି ଥାନା ଅଧୀନ ବଡ଼ଖିରୀ ଗ୍ରାମରେ ମଙ୍ଗଳବାର ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉଡାନ ବାସ୍କେଙ୍କ ସ୍ତ୍ରୀ ଗିଥ ବାସ୍କେ। ଅପରାହ୍ନ ୪ଟା ସମୟରେ ସେ ନିଜ ଘର ବାଡ଼ିରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ବୁଧବାର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୭/୨୦୨୦) ରୁଜୁ ହୋଇଛି।