ବଜ୍ରପାତରେ ଭାଙ୍ଗିଲା ବିଷ୍ଣୁ ମନ୍ଦିର ଚୂଡ଼ା

ପାତ୍ରପୁର,୨୦ା୩ (ଡି.ଏନ୍‌.ଏ.) – ପାତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ କୁଆପଥର ବୃଷ୍ଟି ହୋଇଛି। ବଣଶୋଳା ଗ୍ରାମ ବଡ଼ସାହିରେ ଥିବା ପାଣ୍ଡୁରଙ୍ଗା ବିଷ୍ଣୁ ମନ୍ଦିର ଉପରେ ବଜ୍ରପାତ ହେବାରୁ ମନ୍ଦିର ଚୂଡ଼ା ଭାଙ୍ଗି ତଳକୁ କସି ପଡିଛି। ସେହିଭଳି ତାଳପଡାରେ ନଡିଆ ଗଛ ଜଳିଯାଇଥିବା ଜଣାପଡିଛି। ବ୍ଲକର ଖାରିଆଗୁଡା, ଗୁଣ୍ଡୁରା, ମନ୍ଦରଡା, ସୁରଙ୍ଗି, ପାତ୍ରପୁର, ଜରଡା, ସାମନ୍ତିଆପଲ୍ଲୀ, କେଲୁଆ ପ୍ରମୁଖ ଅଞ୍ଚଳରେ ବର୍ଷାସହ କୁଆପଥର ବୃଷ୍ଟି ହୋଇଥିଲା। ଅନ୍ୟପଟେ ବାଘଲଟି ଜଳ ଭଣ୍ଡାରର ଉପର ମୁଣ୍ଡ ପାହାଡରେ ପ୍ରବଳ ବର୍ଷା ହୋଇଥିବାରୁ ଜଳଭଣ୍ଡାରର ଜଳସ୍ତର ବଢିଛି। କୌଣସି ମୁହୁର୍ତ୍ତରେ ନଦୀକୁ ପାଣି ଛଡାଯାଇପାରେ ବୋଲି ବାଘଲଟି ଜଳଭଣ୍ଡାର ନିର୍ବାହୀ ଯନ୍ତ୍ରୀ ଇଂ. ସଂଞ୍ଜୀବ କୁମାର ଦାସବର୍ମା ସୂଚନା ଦେଇଛନ୍ତି। ନଦୀ ମଧ୍ୟକୁ ଯିବାକୁ ବାରଣ କରାଯାଇଛି। କରୋନାକୁ ନେଇ ଜନସାଧାରଣ ଭୟଭୀତ ଥିବାବେଳେ ବଜ୍ରପାତରେ ମନ୍ଦିର ନୀଳଚକ୍ର ଭାଙ୍ଗିବାରୁ ଗ୍ରାମବାସୀଙ୍କ ମନରେ ଛନକା ପଶିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ମହାନ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବା ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

ପିଆଜ, ରସୁଣ ପାଇଁ ଭାଙ୍ଗିଲା ୨୨ ବର୍ଷର ସ୍ତ୍ରୀ-ସ୍ବାମୀ ସମ୍ପର୍କ: ପୂରା ଘଟଣା ଜାଣିଲେ…

ଅହମଦାବାଦ,୧୧ା୧୨:ବିବାହର ୨୨ ବର୍ଷ ପରେ ଗୁଜରାଟର ଏକ ଦମ୍ପତି ସମ୍ପର୍କ ତୁଟାଇ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଏହାର କାରଣ ଅନେକଙ୍କୁ ବିସ୍ମିତ କରିଛି। ମହିଳା ଜଣକ...

କେତେ ହ୍ରାସ ପାଇବ ବିରାଟ-ରୋହିତଙ୍କ ଦରମା, ଆସିଲା ବଡ଼ ଅପଡେଟ୍‌, BCCIର ବୈଠକରେ…

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)ର ୩୧ତମ ବାର୍ଷିକ ସାଧାରଣ ବୈଠକ (AGM) ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥର ସବୁଠାରୁ...

ପାଇପ୍‌ ଫାଟି ରାସ୍ତାରେ ବନ୍ୟା: ଚିନ୍ତାରେ ପଡ଼ାବାସୀ

ଲୋଇସିଂହା,୧୧।୧୨(ସୁଶାନ୍ତ ବାରିକ): ଲୋଇସିଂହାଶକ୍ତି ନଗର ପଡାରେ ପାଇପ ଫାଟି ରାସ୍ତା ଉପରେ ବହୁଛି ପାଣି। ଏ ଦୃଶ୍ୟ ହେଉଛି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୋଇସିଂହା...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

ପୁଣି ବଢ଼ିଲା ଇଣ୍ଟରନେଟ କଟକଣା: ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି,୧୧।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା। ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି...

ଗମ୍ଭୀରଙ୍କ ଯୋଗୁ ମିଳିଲାନି ଅଧିନାୟକ ପଦ! ଶୁବମନଙ୍କ ଉପରେ କରାଯାଉଥିଲା ପ୍ଲାନିଂ, ସାମ୍ନାକୁ ଆସିଲା ବଡ଼ ସତ

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟରେ ନିକଟରେ ପରିବର୍ତ୍ତନ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ହଠାତ୍‌ ଅବସର ଏବଂ ପରବର୍ତ୍ତୀ ସମୟରେ ଶୁବମନ ଗିଲଙ୍କୁ...

ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ କିଏ, ମୋହନ ଭାଗବତ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୧।୧୨: ନରେନ୍ଦ୍ର ମୋଦିଙ୍କ ପରେ କିଏ ପ୍ରଧାନମନ୍ତ୍ରୀ ହେବେ, ସେନେଇ ଏବେ ଚର୍ଚ୍ଚା ଚାଲିଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri