ବଜ୍ରପାତରେ ଜଣେ ମୃତ, ୩ ଗୁରୁତର

ଠାକୁରମୁଣ୍ଡା,୧୦ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ କେଶଡ଼ିହା ପଞ୍ଚାୟତ ପୁରୁଣାପାଣି ଗ୍ରାମରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ମହୁଲଡିହା ଥାନା ଅନ୍ତର୍ଗତ ଜାମୁନଣ୍ଡା ଗ୍ରାମର ମହେନ୍ଦ୍ର ସମାଡ଼।
ସୂଚନା ଅନୁଯାୟୀ,ମହେନ୍ଦ୍ର ତାଙ୍କର ସମ୍ପର୍କୀୟ କେଶଡିହା ପୁରୁଣାପାଣି ଗ୍ରାମର ଲକ୍ଷ୍ମୀଧର ସମାଡ଼ଙ୍କ ଘରକୁ ଯାଇଥିଲେ। ଅପରାହ୍ନ୨.୩୦ ମିନିଟ ସମୟରେ ବର୍ଷା ଆସିଯିବାରୁ ଲକ୍ଷ୍ମୀଧର ଘର ନିକଟରେ ପକାଇଥିବା ମାଟି ଇଟା ନ ଭିଜିବା ପାଇଁ ମହେନ୍ଦ୍ର ଓ ଲକ୍ଷ୍ମୀଧରଙ୍କ ପରିବାରର ନନ୍ଦିଆ ସମାଡ଼, ରବୀନ୍ଦ୍ର ସମାଡ଼ , ଶୁଭାଶିନୀ ସାମାଡ଼ ଇଟାଗୁଡିକୁ ସଜାଡୁ ଥିଲେ। ଏହି ସମୟରେ ସେଠାରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ୪ ଜଣ ସଂଜ୍ଞାହୀନ ହୋଇ ପଡ଼ିିଯାଇଥିଲେ। ଖବରପାଇ ଅଗ୍ନିଶମବାହିନୀ ସେମାନଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମହେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲା ବେଳେ ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗକୁ ମିଳିଲା ଆଉ ଜଣେ ଅବିବାହିତ ମୁଖ୍ୟମନ୍ତ୍ରୀ, ବିବାହ କରିନାହାନ୍ତି ଶୁଭେନ୍ଦୁ, ତାଙ୍କ ପୂର୍ବରୁ ୪… 

କୋଲକାତା, ୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟି (ଭାଜପା) ଶୁଭେନ୍ଦୁ ଅଧିକାରୀଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଶୁଭେନ୍ଦୁ ଯଜ୍ଞଙ୍କୁ ଆସିଛି ଡକରା

ବଞ୍ଚୋ,୮।୫(ପ୍ରଦୋଷ ବିଶ୍ୱାଳ): ପଶ୍ଚିମବଙ୍ଗରେ ଶନିବାର ଭାଜପା ସରକାର ଗଠନ କରିବ। ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଧାୟକ ଦଳ ବୈଠକ ପରେ ସ୍ବରାଷ୍ଟ…

ସର୍ବସମ୍ମୁଖରେ ଠେଙ୍ଗାରେ ପିଟି ଯୁବକକୁ ହତ୍ୟା

ଟେନସା,୮।୫(ସମୀର କୁମାର ପାଢୀ): ଭୋଜି ଭାତ ଚାଲିଥିବା ବେଳେ ସାମାନ୍ୟ ବଚସାକୁ ନେଇ ସର୍ବ ସମ୍ମୁଖରେ ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କରିବା ଘଟଣା ଏବେ କୋଇଡା…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ସୌମ୍ୟରଞ୍ଜନ ହତ୍ୟା ମାମଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନିଆଳି,୮।୫: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାରେ ପ୍ରତିବାଦରେ ଶୁକ୍ରବାର ମୌଜପୁର ଗ୍ରାମବାସୀ ଫୁଲନଖରା-ନିଆଳି ରାସ୍ତା ଅବରୋଧ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

କରଣଙ୍କ ଚମତ୍କାର ଡେବ୍ୟୁ: ଏମିତି ଡ୍ରେସ୍‌ ପିନ୍ଧିଲେ ଚାହିଁ ରହିଗଲେ ସମସ୍ତେ

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୨୦୨୬ ମେଟ ଗାଲାରେ ଏକ ଚମତ୍କାର ଡେବ୍ୟୁ କରିଥିଲେ। ଏହି ବିଶେଷ ଅବସର ପାଇଁ ସେ ପ୍ରଖ୍ୟାତ ଚିତ୍ରକର ରାଜା…

ବାଣ୍ଟିଲେ ନାହିଁ, ବର୍ଷାପାଣିରେ ଭିଜିଲା ଛାତ୍ରୀଛାତ୍ରଙ୍କ ପାଠ୍ୟପୁସ୍ତକ

କଣାସ,୮ା୫(ବିଭୂତି ଭୂଷଣ ତ୍ରିପାଠୀ): କେନ୍ଦ୍ର ଓ ରାଜ୍ୟ ସରକାର ୧ମ ଶ୍ରେଣୀରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ମାଗଣାରେ ପାଠ୍ୟପୁସ୍ତକ, ପୋଷାକ ଆଦି ଯୋଗାଇ ଦେଉଥିବାବେଳେ ମଧ୍ୟାହ୍ନଭୋଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri