ବଜେଟ-୨୦୨୦: ବ୍ୟକ୍ତିଗତ ଆୟକାରୀଙ୍କ ଉପରେ କ’ଣ ପ୍ରଭାବ ରହିବ?

ବଜେଟ-୨୦୨୦ ପ୍ରସ୍ତୁତ ସମୟରେ ୩ଟି ବିଷୟବସ୍ତୁ: ଉଚ୍ଚଶିକ୍ଷା ଭାରତ, ଅର୍ଥନୈତିକ ବିକାଶ ଓ ସେବା ମନୋଭାବ ଭାରତ ଯାହାକି ଏକ ସନ୍ତୁଳିତ ପ୍ରୟୋଗ। ନୂତନ ଆୟକର ସ୍ତରକୁ ନୂଆ ଭାବେ ପ୍ରସ୍ତୁତ କରାଯାଇଛି, ଯାହାକି ବ୍ୟକ୍ତିଗତ ସମୁଦାୟ ଆୟକର ଦେୟକୁ ହ୍ରାସ କରାଯାଇଛି। ନୂତନ ଆୟକର ଅନୁଯାୟୀ ୭୦ ପ୍ରକାରର ଆୟକର ଛାଡ଼ ଅବ୍ୟାହତି ଦିଆଯାଇଛି।

ଆୟକର ପଇଠ ସମୟରେ ବ୍ୟକ୍ତିଗତ ଆୟକର ପ୍ରଦାନକାରୀ ୨ଟି ପସନ୍ଦ ମଧ୍ୟରୁ ଚୟନ କରିବାକୁ ପଡିବ ବର୍ତ୍ତମାନ ପ୍ରଚଳିତ ଆୟକର ପ୍ରଣାଳୀ କିମ୍ବା ନୂତନ ଆୟକର ପ୍ରଣାଳୀ ୨୦୨୦।
ନୂତନ ଆୟକର ପ୍ରଣାଳୀ ଆୟକର ହାର ଓ ଆୟକର ସ୍ତରକୁ କମ୍‌ କରିଦିଆଯାଇଛି କିନ୍ତୁ କିଛି ବି ଆୟକର ଛାଡ ଦାବି କରିପାରିବେ ନାହିଁ।

କେଉଁ ଆୟକର ପ୍ରଣାଳୀ ବହୁତ ସୁବିଧା ପ୍ରଦାନ କରିବ? ପ୍ରତ୍ୟେକ ବ୍ୟକ୍ତିକୁ ଏହାର ଫଳାଫଳ ମିଳିବ ବା ସବୁଠୁ କମ୍‌ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ବ୍ୟକ୍ତିଗତ ଆୟକାରୀଙ୍କ ବାର୍ଷିକ ଆୟର ସଂରଚନା ବା ସଂଗଠନ ଓ ବିଭିନ୍ନ ନିବେଶ ସ୍ମିକ ଉପରେ ନିର୍ଭର କରିବ। ପ୍ରତ୍ୟେକ ଆୟକାରୀ ନିଜର ଆୟକର ହିସାବ କରି ଦେଖିବାକୁ ପଡିବ କେଉଁ ଆୟକର ପ୍ରଣାଳୀ ଅଧିକ ସୁବିଧା ପ୍ରଦାନ କରିବ।
ଲାଭାଂଶ (ଡିଭିଡେଣ୍ଡ) ଗ୍ରହଣ କରୁଥିବା ବ୍ୟକ୍ତି ଲାଭାଂଶ ରାଶି ଉପରେ ଆୟକର ପଇଠ କରିବାକୁ ପଡିବ। ଡିଡିଟି(ଲାଭାଂଶ ବଣ୍ଟନ ଟିକସ) ହଟାଇ ଦିଆଯିବା ଯୋଗୁଁ ଲାଭାଂଶ ରାଶି ଆୟକର ଅନ୍ତର୍ଭୁକ୍ତ ଓ ବ୍ୟକ୍ତିଗତ କରଯୋଗ୍ୟ ଆୟ ବଢ଼ିଯିବ।
ଏସବୁର ପରିବର୍ତ୍ତନ ସୁବିଧା ଯେଉଁମାନେ କିଛି ଆୟକର ଛାଡ଼ ଦାବି କରିବେ ନାହିଁ ସେମାନଙ୍କୁ କିଛି ସୁବିଧା ମିଳିବ। ଯାହାକି ବହୁତ କମ୍‌ ହେବ।
ବଜେଟ-୨୦୨୦-୨୧ ପୁଞ୍ଜିବଜାର ନିବେଶକାରୀଙ୍କୁ ଖୁସି କରିପାରିନାହିଁ। ସେନ୍‌ସେକ୍ସ ୯୮୭ ପଏଣ୍ଟ ତଳକୁ ଖସି ୪୦,୦୦୦ ତଳକୁ (୩୯,୭୩୫) ସ୍ତରକୁ ଖସି ଆସିଛି। ଏହା ପାଖାପାଖି ୨.୪୩% ତଳକୁ ଖସିଛି। ନିଫ୍ଟି ୩୦୦ ପଏଣ୍ଟ ଖସି ୧୧,୬୧୧ ରହିଛି।
ବ୍ୟକ୍ତିଗତ ଆୟକର ହାର ଓ ଆୟକର ହିସାବ ବହୁତ ଜଟିଳ ହୋଇଯିବ। ପ୍ରତ୍ୟେକ ବ୍ୟକ୍ତି ଏହାର ପ୍ରଭାବକୁ ସମୀକ୍ଷା କରିବା ନିହାତି ଜରୁରୀ।

 

ନୂତନ ଆୟକର ସ୍ତର

୦-୨.୫ ଲକ୍ଷ ଆୟକର ମୁକ୍ତ
୨.୫ ଲକ୍ଷ- ୫ଲକ୍ଷ ୫%
୫.୦୦-୭.୫ ଲକ୍ଷ ୧୦% (ପୂର୍ବ ୨୦%ଥିଲା)
୭.୫ ଲକ୍ଷ-୧୦ ଲକ୍ଷ ୧୫% (ପୂର୍ବ ୨୦%ଥିଲା)
୧୦ଲକ୍ଷ- ୧୨.୫ଲକ୍ଷ ୨୦% (ପୂର୍ବ ୩୦%ଥିଲା)
୧୨.୫ଲକ୍ଷ-୧୫ଲକ୍ଷ ୨୫% (ପୂର୍ବ ୩୦% ଥିଲା)
୧୫ଲକ୍ଷ-ତଦୁର୍ଦ୍ଧ୍ୱ ୩୦%

 


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri