Categories: ବାଣିଜ୍ୟ

ବଜେଟ ପ୍ରସ୍ତୁତି ନେଇ ଜେଟ୍‌ଲୀଙ୍କ ବୈଠକ

ନୂଆଦିଲ୍ଲୀ,୨୬-୫: ଏନ୍‌ଡିଏ ସରକାର କ୍ଷମତାକୁ ଫେରିବା ପରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରାଯିବ। ଏଥିଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ସତ୍ତ୍ୱେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ବଜେଟ ପ୍ରସ୍ତୁତି ସମ୍ପର୍କରେ ଜାଣିଥିଲେ। ତାଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକ ପ୍ରାୟ ୧ ଘଣ୍ଟା ଧରି ଚାଲିଥିଲା। ଏହି ବୈଠକରେ ଅର୍ଥ ସଚିବ ସୁଭାଷ ଗର୍ଗ, ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ, ବିନିଯୋଗ ସଚିବ ଗିରୀଷ ଚନ୍ଦ୍ର ମୁର୍ମୁ, ଆର୍ଥିକ ସେବା ସଚିବ ରାଜୀବ କୁମାର, ଡିଆଇପିଏଏମ୍‌ ସଚିବ ଅତନୁ ଚକ୍ରବର୍ତ୍ତୀଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ। ବଜେଟ ବ୍ୟତୀତ ଅର୍ଥମନ୍ତ୍ରୀ ଜେଟ୍‌ଲୀ ଜିଏସ୍‌ଟି ଆଦାୟ, ପ୍ରତ୍ୟକ୍ଷ ଟିକସ କୋଡ୍‌, ନଗଦ ସମସ୍ୟା, ଏନ୍‌ବିଏଫ୍‌ସି ସମସ୍ୟା ଆଦି ସମ୍ପର୍କରେ ଆଲୋଚନା କରିଥିଲେ।

Share