ବଜେଟ ପ୍ରସ୍ତୁତି: ଅର୍ଥ ମନ୍ତ୍ରଣାଳୟ ସହ ବହିଃ ସମ୍ପର୍କ ଚ୍ଛିନ୍ନ

ନୂଆଦିଲ୍ଲୀ,୧୧-୬: ବଜେଟ ପ୍ରସ୍ତୁତି କ୍ରମରେ ସୋମବାରଠାରୁ ନର୍ଥ ବ୍ଲକ୍‌ରେ ଥିବା ଅର୍ଥ ମନ୍ତ୍ରଣାଳୟ ସହ ବାହାର ଦୁନିଆର ସମ୍ପର୍କ ଚ୍ଛିନ୍ନ ହୋଇଯାଇଛି। ଅର୍ଥାତ୍‌ ଆଜିଠାରୁ ନର୍ଥ ବ୍ଲକ୍‌ରେ କ୍ୱାରାଣ୍ଟାଇନ ଲାଗୁ ହୋଇଯାଇଛି। ଏହାର ଅର୍ଥ ନର୍ଥ ବ୍ଲକ୍‌ ଉପରେ କଡ଼ ନଜର ରଖାଯାଉଛି। ବଜେଟ ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ ଗୋପନୀୟ କରିବା ଲାଗି ଏହି ବ୍ୟବସ୍ଥା ଆପଣାଯାଉଛି। ଅର୍ଥ ମନ୍ତ୍ରଣାଳୟର ଇଣ୍ଟରନେଟ୍‌ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କାଟି ଦିଆଯାଇଥିବା ବେଳେ ଏଥିସହ ଜଡ଼ିତ ସମସ୍ତ ଅଧିକାରୀ, କର୍ମଚାରୀଙ୍କୁ ନର୍ଥ ବ୍ଲକ୍‌ରେ ରହିବାକୁ ପଡ଼ିଥାଏ। ବଜେଟ ଉପସ୍ଥାପନ ଦିନ ଅର୍ଥାତ ଜୁଲାଇ ୫ ତାରିଖ ଯାଏ ସେମାନେ ନର୍ଥ ବ୍ଲକ୍‌ରେ ଏକପ୍ରକାର ବନ୍ଦୀ ଜୀବନଯାପନ କରିବାକୁ ବାଧ୍ୟ ରହିବେ। ଏପରିକି ସେମାନଙ୍କର ପରିବାର ସହ ସମ୍ପର୍କ ଚ୍ଛିନ୍ନ କରିଦିଆଯାଏ। ବଜେଟ ପ୍ରସ୍ତୁତି ବେଳେ ଏକ ଗୋପନୀୟ କାଗଜରେ ପ୍ରମୁଖ ପରିସଂଖ୍ୟାନକୁ ଲେଖାଯାଇଥାଏ। ଏହି କାଗଜର ରଙ୍ଗ ନୀଳ ହୋଇଥିବାରୁ ଏହାକୁ ବ୍ଲୁ ସିଟ୍‌ କୁହାଯାଏ। ଏଥିରେ ଉଲ୍ଲିଖିତ ତଥ୍ୟ ଆଧାରରେ ବଜେଟ ଗଣନା କରାଯାଏ। ନୂଆ ତଥ୍ୟ ସାମ୍ନାକୁ ଆସିବା ମାତ୍ରେ ଏଥିରେ ସଂଶୋଧନ କରାଯାଇଥାଏ। ଏହା ବଜେଟ ସହ ଜଡ଼ିତ ସର୍ବାଧିକ ଗୋପନୀୟ ସାମଗ୍ରୀ ଭିତରେ ଏହାକୁ ଗ୍ରହଣ କରାଯାଉଛି। ଏଣୁ ଏହାର ସୁରକ୍ଷା ପାଇଁ ଯନତ୍ ନିଆଯାଏ। ଜଣେ ଯୁଗ୍ମ ସଚିବ(ବଜେଟ)ଙ୍କ ତତ୍ତ୍ୱାବଧାନରେ ଏହି ବ୍ଲୁ ସିଟ୍‌ ରହିଥାଏ। ସ୍ବୟଂ ଅର୍ଥ ମନ୍ତ୍ରୀ ମଧ୍ୟ ଏହି ସିଟ୍‌କୁ ଅର୍ଥ ମନ୍ତ୍ରଣାଳୟ ପରିସର ବାହାରେ ନେଇପାରିବେ ନାହିଁ। ବଜେଟ ଇତିହାସରୁ ଏହା ଜଣାପଡେ ଯେ, ୧୯୫୦ରେ ବଜେଟର କିଛି ଅଂଶ ପଦାରେ ପ୍ରକାଶ ପାଇଥିଲା। ଏହି କାରଣରୁ ବଜେଟକୁ ଗୋପନୀୟ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ସେତେବେଳେ ବଜେଟ ଛାପା କାର୍ଯ୍ୟ ରାଷ୍ଟ୍ରପତି ଭବନ ପରିସରରେ ଥିବା ଛାପାଖାନାରେ କରାଯାଇଥିଲା। ପରେ ସେହିବର୍ଷ ଏହାକୁ ମିଣ୍ଟୋ ରୋଡସ୍ଥିତ ସରକାରୀ ପ୍ରେସ୍‌ରେ କରାଗଲା। ୧୯୮୦ରୁ ନର୍ଥ ବ୍ଲକ୍‌ର ବେସ୍‌ମେଣ୍ଟସ୍ଥିତ ଛାପାଖାନାରେ ଆଜିଯାଏ ବଜେଟ ଛାପିବା କାର୍ଯ୍ୟ ହୋଇଆସୁଛି। ତେବେ କେତେକ ବିଶେଷଜ୍ଞଙ୍କ ମତରେ ବଜେଟକୁ ଏତେ ଗୋପନୀୟ କରିବାର ଆବଶ୍ୟକତା ନାହିଁ। କାରଣ ଜିଏସ୍‌ଟି ଭଳି ଅପ୍ରତ୍ୟକ୍ଷ ଟିକସ ସମେତ ବହୁ ବଡ଼ ବଡ଼ ଘୋଷଣା ଏବେ ବଜେଟର ଅଂଶବିଶେଷ ହୋଇ ରହିନାହିଁ। କେତେକ ଦେଶରେ ଏବେ ବଜେଟ ଉପସ୍ଥାପନ କରାଯିବାର ତିନି ମାସ ପୂର୍ବରୁ ଲୋକଙ୍କ ଠାରୁ ମତାମତ ନିଆଯାଇଥାଏ। ବାସ୍ତବରେ ବଜେଟକୁ ଗୋପନୀୟ ରଖିବାର ପରମ୍ପରା ବ୍ରିଟିଶ ଶାସନରୁ ରହି ଆସିଛି। ଅର୍ଥ ମନ୍ତ୍ରୀ ବଜେଟ ଉପସ୍ଥାପନ କରିବା ଲାଗି ଏକ ବ୍ରିଫ୍‌କେଶ୍‌ ସଂସଦ ନେଇଯାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ରେଲଓ୍ବେ ଦେଲା ବଡ଼ ଖୁସି ଖବର: ତତ୍କାଳ ଟିକେଟ ବୁକିଂ ହେଲା ସହଜ , ଏଣିକି…

ନୂଆଦିଲ୍ଲୀ,୩୦।୧: ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛି। ଏବେ ଯାତ୍ରୀମାନେ ଶୀଘ୍ର ଏବଂ ସହଜରେ ଟିକେଟ ପାଇପାରିବେ। ନୂତନ ନିୟମ ଅନୁଯାୟୀ,…

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

Budget 2026: କରଦାତାଙ୍କୁ ମିଳିବ ବଡ଼ ଆଶ୍ବସ୍ତି! ଏହି ନିୟମରେ ପରିବର୍ତ୍ତନ କରିପାରନ୍ତି ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୩୦।୧: ବଜେଟ୍ ୨୦୨୬ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ଏବଂ ପ୍ରତି ବର୍ଷ ପରି, ଦେଶବ୍ୟାପୀ ଲକ୍ଷ ଲକ୍ଷ କରଦାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ନଜର…

ମେଦବହୁଳତା ଭାରତ ପାଇଁ ଏକ ବଡ଼ ଆର୍ଥିକ ବିପତ୍ତି: ଅର୍ଥନୈତିକ ସର୍ଭେରେ ଚେତାବନୀ

ନୂଆଦିଲ୍ଲୀ,୩୦।୧: ଦେଶରେ ବଢ଼ୁଥିବା ମେଦବହୁଳତା ସ୍ୱାସ୍ଥ୍ୟ ସହିତ ଭାରତ ପାଇଁ ଏକ ବଡ଼ ‘ଅର୍ଥନୈତିକ ବିପତ୍ତି’ ଭାବେ ଉଭା ହୋଇଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri