Categories: ଜାତୀୟ

ବଜେଟ୍‌ ପୂର୍ବରୁ ମନମୋହନଙ୍କୁ ଭେଟିଲେ ସୀଥାରମଣ

ନୂଆଦିଲ୍ଲୀ,୨୭।୬: ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ତାଙ୍କ ବାସ ଭବନରେ ଗୁରୁବାର ସାକ୍ଷାତ୍‌ କରିଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ୍‌କାର ବୋଲି କୁହାଯାଉଛି। ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ସୀଥାରମଣ ମନମୋହନଙ୍କୁ ସାକ୍ଷାତ୍‌ କରିଛନ୍ତି। ସୀଥାରମଣ ଜୁଲାଇ ୫ରେ ବଜେଟ ଉପସ୍ଥାପନ କରିବେ। ସୀଥାରମଣ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀଭାବେ କାର୍ଯ୍ୟ କରୁଛନ୍ତି। ଏହାପୂର୍ବରୁ ଇନ୍ଦିରା ଗାନ୍ଧୀ ମଧ୍ୟ ଏହି ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ। ତେବେ ତାହା ଅତିରିକ୍ତ ଦାୟିତ୍ୱଭାବେ ଇନ୍ଦିରା ଗ୍ରହଣ କରିଥିଲେ।

Share