ବଜେଟରେ ମିଳିପାରେ ଟିକସ ରିହାତି

ନୂଆଦିଲ୍ଲୀ,୧୯-୧: ଫେବୃୟାରୀ ପହିଲାରେ ସାଧାରଣ ବଜେଟ ଆସିବାକୁ ଥିବା ବେଳେ ଏଥିରେ ବିଭିନ୍ନ ଟିକସ ରିହାତି ମିଳିପାରେ ବୋଲି ବଜାର ବିଶେଷଜ୍ଞ ମତ ରଖିଛନ୍ତି। ବେତନଭୋଗୀ ଏବଂ କର୍ପୋରେଟ ଏହି ବଜେଟକୁ ନେଇ ଅନେକ ଆଶାବାଦୀ ଅଛନ୍ତି। ମାତ୍ର ବଜେଟରେ ସାଲାରୀକ୍ଲାସ ବା ବେତନଭୋଗୀ ଶ୍ରେଣୀଙ୍କୁ ଅଧିକ ଫାଇଦା ମିଳିବ ବୋଲି ବଜାର ବିଶେଷଜ୍ଞ ଆଶାବାଦୀ। ୨୦ରୁ ୩୦% ଟିକସ ସ୍ଲାବରେ ରହିଥିବା ଟିକସଦାତାଙ୍କ ଲାଗି ସ୍ବତନ୍ତ୍ର ସ୍କିମ ଆସିପାରେ। ଏହା ଉପରେ ଫ୍ଲାଟ୍‌ ଟିକସ ହାର ଲାଗୁ କରାଯାଇପାରେ। ଏହାବାଦ ବାସଗୃହ ଋଣ ଉପରେ ପ୍ରଦାନ କରାଯାଉଥିବା ସୁଧ କ୍ଷେତ୍ରରେ ରିହାତି ସୀମା ବଢିବା ନେଇ ଆଲୋଚନା କରାଯାଉଛି।
ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ, ୨୦ରୁ ୩୦% ଟିକସ ପ୍ରଦାନ କରୁଥିବା ଟିକସଦାତାଙ୍କ ଲାଗି ୧୫ରୁ ୧୮% ଫ୍ଲାଟ ଟିକସ ହାର ଲାଗୁ କରାଯାଇପାରେ। ବର୍ତ୍ତମାନ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟିକସ ମୁକ୍ତ ରହିଛି। ୨.୫ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ବର୍ତ୍ତମାନ ୫% ଟିକସ ଲାଗୁ ହେଉଛି। ସେହିଭଳି ୫ରୁ ୧୦ ଲକ୍ଷ ଟଙ୍କା ଉପରେ ୨୦%, ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଆୟ ଉପରେ ୩୦% ଟିକସ ହାର ଲାଗୁ ହେଉଛି। ସେହିଭଳି ଟିକସ ଯୁକ୍ତ ଆୟ ଉପରେ ଅଲଗା ୪% ସେସ୍‌ ମଧ୍ୟ ଲାଗୁ କରାଯାଉଛି। ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଆୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସୁପରରିଚ ବର୍ଗରେ ରଖାଯାଇଥିବା ବେଳେ ସେମାନଙ୍କ ଉପରେ ସରଚାର୍ଜ ମଧ୍ୟ ଲାଗୁ ହୋଇଥାଏ। ଏହାବାଦ ୮୦ସିରେ ରିହାତି ସୀମା, ବାସଗୃହ ଋଣ ମୂଳ ଅର୍ଥ ଉପରେ ଅଧିକ ରିହାତି ଏବଂ ବାସଗୃହ ଋଣ ଟିକସ ଉପରେ ପ୍ରଦାନ କରାଯାଉଥିବା ରିହାତି ମଧ୍ୟ ପ୍ରଦାନ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri