Categories: ଜାତୀୟ

ବଜାରରେ ସିନ୍ଥେଟିକ୍‌ ଜିରା: ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଚାଲିଛି ଚୋରା ବେପାର

ନୂଆଦିଲ୍ଲୀ,୨୦।୧୧: ଏବେ ବଜାରରେ ସିନ୍ଥେଟିକ୍‌ ଜିରା ମିଳୁଛି। ପ୍ରକୃତ ଜିରା ସହିତ ମିଶାଇ ଏହାକୁ ବିକ୍ରି କରାଯାଉଛି। ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଏହାର ଚୋରା ବେପାର ଅଧିକ ହେଉଥିବା କୁହାଯାଉଛି । ନିକଟରେ ଦିଲ୍ଲୀ ପୋଲିସ ପକ୍ଷରୁ ଏକ ସିନ୍ଥେଟିକ୍‌ ଜିରା କାରାଖାନାରେ ଚଢ଼ାଉ କରାଯାଇ ୫ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ଉତ୍ତରପ୍ରଦେଶ ଶାହାଜାହାନପୁର ଜିଲାର ଜଲାଲବାଦ୍‌ ଅଞ୍ଚଳର ବାସିନ୍ଦା। ସ୍ଥାନୀୟ ବାଓ୍ବାନା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଅଭିଯୁକ୍ତ ହରି ନନ୍ଦନ, କାମରାନ୍‌, ଗଙ୍ଗା ପ୍ରସାଦ, ହରିଶ୍‌ ଏବଂ ପଓ୍ବନ ଏଭଳି କାର୍ଯ୍ୟରେ ଲିପ୍ତ ଥିବା ପୋଲିସ କହିଛି। ସେମାନେ ଘାସ, ପଥରଗୁଣ୍ଡ ଏବଂ ଗୁଡ଼କୁ ମିଶ୍ରିତ କରି ମେସିନ୍‌ରେ ସିନ୍ଥେଟିକ୍‌ ଜିରା ପ୍ରସ୍ତୁତ କରୁଥିଲେ। ଏହାକୁ ପ୍ରକୃତ ଜିରା ସହିତ ୧ ଅନୁପାତ ୫ରେ ମିଶ୍ରିତ କରାଯାଉଥିଲା। ଏହାକୁ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନକୁ ସପ୍ଲାଏ କରାଯାଉଥିବା ପୋଲିସ କହିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।

Share