Categories: ଜାତୀୟ

ବଜାରରେ ମୋଦି ଆଇସ୍‌କ୍ରିମ୍‌: ମିଳୁଛି ୫୦ ପ୍ରତିଶତ ରିହାତି

ଅହମ୍ମଦାବାଦ୍‌,୨୯।୫: ନରେନ୍ଦ୍ର ମୋଦି ମେ ୩୦ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏନେଇ ଗୁଜରାଟ ସୁରଟର ଏକ ଆଇସ୍‌କ୍ରିମ୍‌ ପାର୍ଲରରେ ମୋଦିଙ୍କ ମୁହଁ ଆକୃତିର ଆଇସ୍‌କ୍ରିମ୍‌ ବିକ୍ରି ହେଉଛି। ଏହା ଉପରେ ୫୦ ପ୍ରତିଶତ ରିହାତି ମଧ୍ୟ ପ୍ରଦାନ କରାଯାଉଛି। ସ୍ଥାନୀୟ ପୈରୋଲ୍‌ ପଏଣ୍ଟଠାରେ ଥିବା ସରଗମ୍‌ କମ୍ପେକ୍ସ୍‌ର ଏକ ଆଇସ୍‌କ୍ରିମ୍‌ ବିକ୍ରେତା ଏଭଳି ରିହାତି ଦେଉଛନ୍ତି। ଏହି ଆଇସ୍‌କ୍ରିମ୍‌ ବିଭିନ୍ନ ଫ୍ଲେଭରରେ ମିଳୁଥିବାବେଳେ ଏହାର ମୂଲ୍ୟ ୨୮୦ ଟଙ୍କା ରହିଛି। ତେବେ ଏହାକୁ ୧୪୦ଟଙ୍କାରେ ଗ୍ରାହକଙ୍କୁ ବିକ୍ରି କରାଯାଉଛି। ଏହାକୁ ନେବା ପାଇଁ ପାର୍ଲରରେ ପ୍ରବଳ ଗହଳି ହେଉଥିବା କୁହାଯାଉଛି।

Share