Categories: ବାଣିଜ୍ୟ

ବଜାରରୁ ୩.୨ ଲକ୍ଷ କୋଟି ଉଠାଇବେ ରାଜ୍ୟ

ନୂଆଦିଲ୍ଲୀ,୯।୪: ଚଳିତ ବର୍ଷ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ରାଜ୍ୟଗୁଡିକ ବଜାରରୁ ୩.୨ ଲକ୍ଷ କୋଟି ଟଙ୍କା ଉଠାଇବେ। ଏ ନେଇ ଅର୍ଥ ମନ୍ତ୍ରଣାଳୟ ସବୁ ରାଜ୍ୟକୁ ଅନୁମତି ପ୍ରଦାନ କରିଛି। ଏବେ କରୋନା ଭାଇରସ ପାଇଁ ରାଜ୍ୟଗୁଡିକ ବିଭିନ୍ନ ଚ୍ୟାଲେଞ୍ଜ ସାମ୍ନା କରୁଛନ୍ତି। ରାଜ୍ୟଗୁଡିକ ଏ ନେଇ କେନ୍ଦ୍ରକୁ ଅର୍ଥ ମାଗିଥିଲେ। ନିଜର ଖର୍ଚ୍ଚ ପୂରଣ କରିବା ଲାଗି ରାଜ୍ୟ ବଜାରରୁ ଅର୍ଥ ଉଠାଇ ପାରିବେ ବୋଲି ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଖୋଲା ବଜାରରୁ ରାଜ୍ୟଗୁଡିକ ଋଣ କରିବା ପ୍ରସଙ୍ଗରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ରିଜର୍ଭ ବ୍ୟାଙ୍କକୁ ଏକ ଚିଠି ଲେଖାଯାଇଛି। ଏହି ଯୋଜନା ମୁତାବକ ପଶ୍ଚିମବଙ୍ଗ ୨୦,୩୬୨ କୋଟି, ମହାରାଷ୍ଟ୍ର ୪୬,୧୬୨ କୋଟି, ଉତ୍ତର ପ୍ରଦେଶର ୨୯,୧୬୨ କୋଟି, କର୍ନାଟକ ୨୭,୦୫୪ କୋଟି, ଗୁଜରାଟ ୨୬,୧୧୨ କୋଟି ଏବଂ ରାଜସ୍ଥାନ ୧୬,୩୮୭ କୋଟି ଟଙ୍କା ବଜାରରୁ ଉଠାଇବେ। ଏହି ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ ରାଜ୍ୟଗୁଡିକ ସହ ବିଚାର ବିମର୍ଷ କରିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି।

Share