ବଜାରରୁ ଭିଟାମିନ ସି, ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଉଭାନ

ଜୟପୁର,୧୮ା୪(ନି.ପ୍ର.): ସାରା ବିଶ୍ୱକୁ କିଛି ମାସ ହେଲା ଆତଙ୍କିତ କରି ରଖିଛି କରୋନା ଭାଇରସ। ଏହାର ମୁକାବିଲା ପାଇ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। କୋରାପୁଟ ଜିଲାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଏହି ଭାଇରସ ସାଧାରଣ ଜନତାଙ୍କୁ ଏତେ ଭୟଭୀତ କରିଛି ଯେ ସେମାନେ ଡାକ୍ତରଙ୍କ ପରାମର୍ଶ ବିନା ବଜାରରୁ ଔଷଧ କିଣି ନେଉଛନ୍ତି। ଫଳରେ ଜିଲାର ଔଷଧ ଦୋକାନରେ ଭିଟାମିନ-ସି ଔଷଧ ଓ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟ ମିଳିବା କଷ୍ଟକର ହୋଇପଡ଼ିଛି।
ଭିଟାମିନ ସି ଟାବଲେଟ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯିବ ଓ କରୋନା ସହଜରେ ଜଣଙ୍କୁ ଆକ୍ରାନ୍ତ କରିପାରିବ ନାହିଁ ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ସେହିପରି କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଆବଶ୍ୟକ ଥିବା ଜଣାପଡ଼ିବା ପରେ ଏହାର ବିକ୍ରି ବହୁ ପରିମାଣରେ ବଢ଼ିଯାଇଛି। ଏହି ୨ଟି ଔଷଧ ଜିଲାର ଅଧିକାଂଶ ଡ୍ରଗ୍‌ ହାଉସରେ ମିଳୁନାହିଁ। କୋରାପୁଟ ଜିଲାରେ ୨ ଶହରୁ ଅଧିକ ଔଷଧ ଦୋକାନ ଥିବାବେଳେ ଦେଶରେ କରୋନା ସ୍ଥିତି ପୂର୍ବରୁ ସବୁ ଦୋକାନରେ ଏହି ଭିଟାମିନ ସି ଔଷଧ ଉପଲବ୍ଧ ହେଉଥିଲା। କିନ୍ତୁ ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିବା ମାତ୍ରେ ହଠାତ୍‌ ବଜାରରୁ ଭିଟାମିନ ସି ଔଷଧ ନେବା ପାଇଁ ଡ୍ରଗ୍‌ ହାଉସରେ ଭିଡ଼ ଲାଗିଲା। କିଛିଦିନ ଭିତରେ ଏହି ଦୁଇଟି ଔଷଧ ମଧ୍ୟ ଶେଷ ହୋଇଗଲା। ହାଇଡ୍ରୋକ୍ସିକ୍ଲୋରୋକୁଇନ କରୋନା ପାଇଁ ଅତି ଜରୁରୀ ଥିବାବେଳେ ଏହି ଔଷଧ ପାଇଁ ଭାରତ ସରକାରଙ୍କ ନିକଟରେ ବହୁ ରାଷ୍ଟ୍ର ହାତ ପତାଉଛନ୍ତି। ବର୍ତ୍ତମାନ କୋରାପୁଟ ଜିଲାର ଔଷଧ ଦୋକାନରୁ ଏହି ଔଷଧ ଶେଷ ହୋଇଗଲାଣି। କିନ୍ତୁ କରୋନା ଆତଙ୍କିତ ଲୋକେ ଏହାକୁ ନେଇ ଘରେ ଗଚ୍ଛିତ କରି ରଖିଛନ୍ତି। ଜଣେ ଔଷଧ ଦୋକାନୀ କହିଛନ୍ତି, ବର୍ତ୍ତମାନ ଔଷଧ ସରିଯାଇଛି। ୨ରୁ ୩ ଦିନ ଭିତରେ ଆସିବ ବୋଲି ଷ୍ଟକିଷ୍ଟ କହିଛି। ଏ ନେଇ ଜିଲା ଚିକିତ୍ସାଧିକାରୀ ମକରାନନ୍ଦ ବେଉରା କହିଛନ୍ତି, ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଔଷଧ ଖାଇବା କଥା ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri