ବଜାରକୁ ଆସିବ ପିନ୍ଧି ହେଉଥିବା ଡାଏଲିସିସ୍‌ ମେସିନ୍‌…

କିଡ୍‌ନୀ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଏବେ ଖୁସି ଖବର। ଗବେଷକମାନେ ଏକ ପ୍ରକାର ନୂଆ ଡାଏଲିସିସ୍‌ ମେସିନ୍‌ ତିଆରି କରିବାକୁ ଯାଉଛନ୍ତି। ଏହାକୁ ସହଜରେ ପିନ୍ଧି ହେବ। କିଡ୍‌ନୀ ସମସ୍ୟା ଭୋଗୁଥିବା ବ୍ୟକ୍ତି ଜଣକ ନିଜର ଦୈନଦିନ କାର୍ଯ୍ୟ କରୁଥିବାବେଳେ ଡାଏଲିସିସ୍‌ ଜାରି ରହିଥିବ ବୋଲି ଗବେଷକ କହିଛନ୍ତି। ଆମେରିକାର ଓ୍ବାଶିଂଟନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗବେଷକ ଏହି ମେସିନ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାକୁ ସହଜରେ ବ୍ୟବହାର ମଧ୍ୟ କରାଯାଇ ପାରିବ। ଫଳରେ ହସ୍ପିଟାଲକୁ ଯିବା ଆସିବାରେ ସମୟ ଆଉ ନଷ୍ଟ ହେବ ନାହିଁ ବୋଲି ଗବେଷକ କହିଛନ୍ତି। ଏନେଇ ଇତିମଧ୍ୟରେ ୧୫ ଜଣ କିଡ୍‌ନୀ ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ଉପରେ ପରୀକ୍ଷାମୂଳକ ପ୍ରୟୋଗ କରାଯାଇଛି। ଏହାର ଫଳାଫଳ ବେଶ୍‌ ଉତ୍ସାହ ଜନକ ଥିବା ଗବେଷକ ସୂଚନା ଦେଇଛନ୍ତି। ଅଧିକ ପରୀକ୍ଷଣ ପରେ ଏହି ମେସିନ୍‌କୁ ବଜାରକୁ ବିକ୍ରି ପାଇଁ ଛଡ଼ାଯିବ।

Share