ବଚସାରୁ ଭୁଜାଲି ମାଡ଼

ବାରିପଦା ଅଫିସ, ୩ା୫- ମୟୂରଭଞ୍ଜ ଜିଲା ବାରିପଦା ହାଟରେ ରବିବାର ସାମାନ୍ୟ ବଚସାରୁ ଭୁଜାଲି ମାଡ଼ରେ ଜଣେ ବ୍ୟକ୍ତି ଗୁରତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପିଆରଏମ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହତ ବ୍ୟକ୍ତି ଜଣକ ହେଲେ ସହରର ୨୦ ନଂ. ଓ୍ବାର୍ଡ ବାସିନ୍ଦା ଟେଣ୍ଟ ମୁଖି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଅପରାହ୍ନ ୨ଟା ସମୟରେ ସ୍ତ୍ରୀ ଭାରତୀଙ୍କ ସହିତ ଟେଣ୍ଟ ବାରିପଦା ହାଟକୁ ସଉଦା କିଣିବାକୁ ଯାଇଥିଲେ। ସେଠାରେ କୌଣସି କାରଣରୁ ଜଣେ ଯୁବକଙ୍କ ତାଙ୍କର ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସମ୍ପୃକ୍ତ ଯୁବକ ଜଣଙ୍କ ଏକ ଭୁଜାଲିରେ ଟେଣ୍ଟଙ୍କୁ ଆକ୍ରମଣ କରିଥିଲେ। ଫଳରେ ଟେଣ୍ଟ ଗୁରୁତର ଆହତ ହୋଇ ସେଠାରେ ପଡ଼ି ଯାଇଥିଲେ। ହାଟରେ ଉପସ୍ଥିତ ଥିବା ଲୋକେ ଏ ନେଇ ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଟେଣ୍ଟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପିଆରଏମ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଇଥିଲା।