Categories: ଜାତୀୟ

‘ବଚନ ପତ୍ର’ ନୁହେଁ, କଂଗ୍ରେସର ‘ମହାମିଛ ପତ୍ର’ ଜାରି: ଶିବରାଜ ସିଂ ଚୌହାନ

ଭୋପାଳ,୧୭।୧୦: ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦ୍ୱାରା ଜାରି କରାଯାଇଥିବା ପ୍ରତିଶ୍ରୁତି ନୋଟକୁ ମହାମିଛ ପତ୍ର ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଆଜି କଂଗ୍ରେସର ମାନିଫେଷ୍ଟୋ ଜାରି ଉପରେ ନିଜର ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଏହା କଂଗ୍ରେସର ଏକ ବଚନ ପତ୍ର ନୁହେଁ, ମହାମିଛ ପତ୍ର। ପାଞ୍ଚ ବର୍ଷ ପୂର୍ବେ ମଧ୍ୟ କଂଗ୍ରେସ ୯୦୦ ରୁ ଅଧିକ ପ୍ରତିଶ୍ରୁତି ଦେଇଥିଲା, ସେଥିମଧ୍ୟରୁ ୯ଟି ମଧ୍ୟ ପୂରଣ ହୋଇ ନ ଥିଲା। କଂଗ୍ରେସ କେବଳ ଗୋଟିଏ ନୁହେଁ, ଅନେକ ପ୍ରତିଶୃତି ଦେଇଥିଲା, ଯାହା ସବୁ ମିଥ୍ୟା ହୋଇଯାଇଥିଲା। ଆଜି କଂଗ୍ରେସ ପୁଣି ଥରେ ଏକ ବଡ ମିଛ ପତ୍ର ଉପସ୍ଥାପନ କରିଛି। ଜନସାଧାରଣ ଏହି ମିଥ୍ୟାକୁ ବିଶ୍ୱାସ କରିବେ ନାହିଁ, କାରଣ ଜନସାଧାରଣ ଜାଣନ୍ତି ଯେ ଭାଜପା ଯାହା କହୁଛି ତାହା ପୂରଣ କରେ ଏବଂ ଯାହା କହୁ ନାହିଁ ତାହା ମଧ୍ୟ ପୂରଣ କରେ।
ମଧ୍ୟପ୍ରଦେଶ କଂଗ୍ରେସ ମଙ୍ଗଳବାର ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମାନିଫେଷ୍ଟୋ ଜାରି କରିଛି। କଂଗ୍ରେସ ଏହାର ମାନିଫେଷ୍ଟୋକୁ ବଚନ ପତ୍ର ଭାବେ ନାମିତ କରିଛି। ଏଥିରେ ୧୦୧ ଗ୍ୟାରେଣ୍ଟି ମଧ୍ୟ ଉଲ୍ଲେଖ କରିଛି।

Share