ବଗଲା ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ଟ୍ରାନ୍ସଫର୍ମର

ବାରିପଦା ଅଫିସ,୧୪।୬: ବାଲେଶ୍ୱର ଜିଲା ବାରିପଦା ସହରର ବଗଲା ମାର୍କେଟ ତଥା ଜିଲା ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଥିବା ଟ୍ରାନ୍ସଫର୍ମରରେ ଶୁକ୍ରବାର ହଠାତ ନିଆଁ ଲାଗି ଯାଇଛି। ଫଳରେ ଏହା କଡରେ ଥିବା ଉଠା ଦୋକାନୀମାନେ ଭୟଭୀତ ହୋଇ ଦୋକାନ ଛାଡି ପଳାଇଥିଲେ। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।