ବଗପାଳ କ୍ଷୁଦ୍ର ଜଳସେଚନ ଡ୍ୟାମ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଛତିଆ,୩୦-୮(ଡି.ଏନ୍‌.ଏ.)- ବଡ଼ଚଣା ବ୍ଲକ ଅଧୀନସ୍ତ ବୈରୀ ଥାନା ଅନ୍ତର୍ଗତ ସମିଆ ପଞ୍ଚାୟତରେ ଥିବା ବଗପାଳ କ୍ଷୁଦ୍ର ଜଳସେଚନ ଡ୍ୟାମ୍‌ରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ସମିଆ ପଞ୍ଚାୟତର ୭ମାଣ ଗ୍ରାମର ରାଜୁ ବାଲମୁଖୀ (୨୨)। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୮/୧୯) ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।
ପ୍ରକାଶ ଯେ, ରାଜୁ ବୁଧବାର ଅପରାହ୍ନରେ ବଗପାଳ ବନ୍ଧ ନିକଟରେ ଧାନ ଜମିକୁ ଦେଖିବା ପାଇଁ ଯାଇଥିଲେ। ମାତ୍ର ରାତ୍ରିରେ ନ ଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ସକାଳୁ ବଗପାଳ ଡ୍ୟାମ୍ପରେ ରାଜୁର ମୃତଦେହ ଭାସୁଥିବା ଦେଖି ବୈରୀ ପୋଲିସକୁ ଖବର ଦେଇଥିଲେ। ଥାନା ସବ୍‌ଇନ୍‌ସ୍ପେକ୍ଟର ବିଶ୍ୱଜିତ୍‌ ବିଶ୍ୱାଳ, ଏଏସ୍‌ଆଇ ଅନୀଲ ସାହୁ ଘଟଣା ସ୍ଥଳରେ ପହଞ୍ଚତ୍ ମୃତ ଦେହ ଉଦ୍ଧାର କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ, ୨୦୦୪ ରୁ ୨୦୦୯ ଯାଏଁ ଥିଲେ….

ଭୁବନେଶ୍ବର,୨୬।୧୨:  ପୂର୍ବତନ ବିଧାୟିକାଙ୍କ ପରଲୋକ । କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ବର ସ୍ଥିତ ବାସଭବନରେ ପରଲୋକ ହୋଇଥିବା ସୂଚନା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

ମୋକିମଙ୍କ ରୁଦ୍ଧଦ୍ୱାର ବୈଠକ: ରାଜନୀତିରେ ହଲଚଲ, ଆସିପାରେ ନୂଆ…

ଧର୍ମଶାଳା,୨୩ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତ୍‌ସଙ୍ଗ ବିହାର ପରିସରରେ ଏକ ବନ୍ଧୁମିଳନ ଉତ୍ସବରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri