ବକ୍ସ ଅଫିିସ୍‌ରେ କମାଲ୍‌ କରୁଛି ଫିଲ୍ମ କବିର ସିଂହ: ୩ ଦିନରେ ୭୦କୋଟି

ମୁମ୍ବାଇ: ସାହିଦ କପୁରଙ୍କ ଫିଲ୍ମ କବିର ସିଂହ ରିଲିଜ ହୋଇସାରିଥିବା ବେଳେ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ପ୍ରଥମ ଦିନରୁ ଏହି ଫିଲ୍ମ ୨୦ କୋଟି ଟଙ୍କା ଆୟ କରିସାରିଥିବା ବେଳେ ଶନିବାର ୨୩ କୋଟି ଓ ରବିବାର ଛୁଟିରେ ଫିଲ୍ମକୁ ଭଲ ଫାଇଦା ହେବା ସହ ୨୭.୭୫କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି। ପ୍ରଥମ ଓ୍ବିକେଣ୍ଡରେ ଏହି ଫିଲ୍ମ ସର୍ବମୋଟ ୭୦.୭୫ କୋଟି ଟଙ୍କା ଆୟ କରିସାରିଲାଣି। ଚଳିତ ବର୍ଷ ରିଲିଜ ହୋଇଥିବା ପିଲ୍ମଗୁଡିକ ରବିବାର କରିଥିବା ଆୟକୁ ଦେଖିଲେ ‘କବିର ସିଂହ’ ‘ଭାରତ’କୁ ପଛରେ ପକାଇ ଦେଇଛି। କବିର ସିଂହ(୨୭.୭୫କୋଟି) ଭାରତ(୨୫.୫୦କୋଟି) ଓ ଟୋଟାଲ ଧମାଲ(୨୪କୋଟି) ଟଙ୍କା ଆୟ କରିଛି। ଏହି ଫିଲ୍ମ ସାହିଦ ଓ କିୟାରା ଆଡଭାନୀଙ୍କ ପାଇଁ କ୍ୟାରିୟର ସବୁଠାରୁ ବଡ଼ ଓପନର ଭାବେ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମକୁ ସାରା ଦେଶର ଏକାସାଙ୍ଗରେ ୩୧୨୩ ସ୍କ୍ରିନରେ ରିଲିଜ୍‌ କରାଯାଇଥିଲା। ଫିଲ୍ମ କବିର ସିଂହ ହେଉଛି ତେଲଗୁ ବ୍ଲକବଷ୍ଟର ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ। ସନ୍ଦୀପ ବାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ପାଗଳ ପ୍ରେମୀକର କାହାଣୀକୁ ନେଇ ଗତିଶୀଳ ହୋଇଛି। ଏଥିରେ ସାହିଦଙ୍କ ଦମ୍‌ଦାର ଅଭିନୟକୁ ପ୍ରଂଶସକ ପ୍ରଶଂସା କରିଥିବା ବେଳେ କିୟାରାଙ୍କ ସରଳ ମନୋଭାବ ସମସ୍ତଙ୍କୁ ପ୍ରଭାବିତ କରିଛି। ପରଦାରେ କିୟାରା ସହ ସାହିଦଙ୍କ କେମେଷ୍ଟ୍ରୀକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି।

Share