ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗିଥିଲା ଏସବୁ ଫିଲ୍ମ: ଦୁର୍ଭାଗ୍ୟବଶତଃ ସବୁକୁ ପ୍ରତ୍ୟାଖ୍ୟାନ କରିଥିଲେ କିଙ୍ଗ ଖାନ୍‌

ବଲିଉଡର କିଙ୍ଗ ଖାନ ଶାହାରୁଖ ତିନି ଦଶନ୍ଧି ଧରି ଦିଲ୍‌ ବାଲେ ଦୁଲହନିଆ ଲେ ଯାଏଙ୍ଗେ, କୁଛ କୁଛ ହୋତା ହୈ ଭଳି ଅନେକ ସୁପରହିଟ୍‌ ଫିଲ୍ମରେ କାମ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରିଆସୁଛନ୍ତି। ଆଜି ବି ସମସ୍ତେ ଶାହାରୁଖଙ୍କ ପାଇଁ ପାଗଳ। ସେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଥିଲେ ସୁଦ୍ଧା ଅନେକ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ସେହିସବୁ ଫିଲ୍ମ ବକ୍ସ ଅଫିସ୍‌ରେ ରେକର୍ଡ କରିଥିଲା। ଜାଣନ୍ତୁ କିଙ୍ଗ ଖାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିବା ଏହିପରି କିଛି ବ୍ଲକବଷ୍ଟର ଫିଲ୍ମ ବଷୟରେ….

‘ସ୍ଲମ୍‌ଡଗ୍‌ ମିଲିୟୋନର’ ଓସ୍କାର ମନୋନୀତ ଫିଲ୍ମ ଅନିଲ କପୁରଙ୍କ ଦ୍ୱାରା ଅଭିନୟ କରାଯାଇଥିବା କୁଇଜ ଶୋ ହୋଷ୍ଟର ଭୂମିକା ପୂର୍ବରୁ ଶାହରୁଖଙ୍କୁ ଦିଆଯାଇଥିଲା। ତେବେ ସେ ଏହି ଭୂମିକାରେ ଅଭିନୟ କରିବାକୁ ମନା କରି ଦେଇଥିଲେ। ଏ ବିଷୟରେ ଶାହାରୁଖ ଏକ ସାକ୍ଷାତକାରରେ କହିଥିଲେ ଯେ, ‘ମୁଁ ଏହି ଭୂମିକା ଏଥିପାଇଁ କରିନାହିଁ, କାରଣ ହୋଷ୍ଟ ପ୍ରତାରଣାକାରୀ ଏବଂ ଟିକେ ଟଙ୍କା ଲୋଭିଥିଲେ।

‘ମୁନ୍ନାଭାଇ ଏମ୍‌ବିବିଏସ୍‌’ ସଞ୍ଜୟ ଦତ୍ତଙ୍କ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଚଳଚ୍ଚିତ୍ର। ଏହି ଫିଲ୍ମ ପାଇଁ ଶାହରୁଖଙ୍କୁ ପ୍ରଥମେ ଅଫର୍‌ କରାଯାଇଥିଲା। ତେବେ ଅଭିନେତା ଏଥିପାଇଁ ମଧ୍ୟ ମନା କରିଦେଇଥିଲେ। କୌତୁହଳ ବିଷୟ ସେହି ସମୟରେ ସଞ୍ଜୟଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଜିମି ଶେରଗିଲଙ୍କ ଭୂମିକା ଦିଆଯାଇଥିଲା।

‘ଲଗାନ୍‌’ ଆମିରଙ୍କ ସୁପରହିଟ ଫିଲ୍ମକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏହି ଚଳଚ୍ଚିତ୍ରରେ ଭୁବନଙ୍କ ଭୂମିକା ପାଇଁ ଶାହାରୁଖ ପୂର୍ବରୁ ମନୋନୀତ ହୋଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ହ୍ରିତିକ ରୋଶନ ଏବଂ ଅଭିଷେକ ବଚ୍ଚନଙ୍କୁ ମଧ୍ୟ ଏହି ଭୂମିକା ପାଇଁ ବିଚାରକୁ ଅଣା ଯାଇଥିଲା। କିନ୍ତୁ ପରେ ଏଥିପାଇଁ ଆମିରଙ୍କୁ ଚୟନ କରାଯାଇଥିଲା।

‘ଯୋଦ୍ଧା ଆକବର’ ଫିଲ୍ମ ପାଇଁ ଶାହରୁଖଙ୍କୁ ମନୋନିତ କରାଯାଇଥିଲା। କିନ୍ତୁ ସେ ମନା କରିବାରୁ ହ୍ରିତିକ ରୋଶନ ପରେ ଏହି ଫିଲ୍ମ କରିଥିଲେ।

‘ଏକ ଥା ଟାଇଗର’ କବୀର ଖାନଙ୍କ ଗୁପ୍ତଚର ଥ୍ରୀଲର ଚଳଚ୍ଚିତ୍ର ସଲମାନ ଖାନଙ୍କ ସୁପରହିଟ ଫିଲ୍ମ ମଧ୍ୟରୁ ଅନ୍ୟତମ। ତେବେ ଏହି ଚଳଚ୍ଚିତ୍ର ପାଇଁ ପ୍ରଥମେ ଶାହରୁଖଙ୍କୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଡେଟ୍‌ ସମସ୍ୟା ହେତୁ ତାଙ୍କୁ ଏହ ିଫିଲ୍ମ ଛାଡିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri