ବକ୍ସ ଅଫିସରେ ଧମାଲ କରୁଛି ‘ପିଏମ୍‌ ନରେନ୍ଦ୍ର ମୋଦି’

ମୁମ୍ବାଇ,୨୮।୫: ଦେଶ ହେଉ ବା ସିନେ ଜଗତ ସବୁଠାରେ ଏବେ ମୋଦିଙ୍କ ଲହର ଚାଲିଛି। ମୋଦିଙ୍କ ବାୟୋପିକ ‘ପିଏମ୍‌ ନରେନ୍ଦ୍ର ମୋଦି’ ଏବେ ବକ୍ସ ଅଫିସରେ ଧମାଲ୍‌ କରିଥିବା ଜଣାପଡ଼ିଛି। ଏହି ପିଲ୍ମ ରିଲିଜ ହେବା ଦିନରୁ ବକ୍ସ ଅଫିସରେ ଭଲ ଆୟ କରିଥିବା ବେଳେ ୪ର୍ଥ ଦିନ ଅର୍ଥାତ୍‌ ସୋମବାରକୁ ପ୍ରାୟ ୨କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି। ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଓପନିଂ କରିଥିବା ବେଳେ ପ୍ରଥମ ଦିନରେ ୨.୮୮ କୋଟି, ଦ୍ୱିତୀୟ ଦିନରେ ୩.୭୬ କୋଟି ଆୟ କରିଛି। ସେହିପରି ତୃତୀୟ ଦିନରେ ୫.୧୨ କୋଟି ଟଙ୍କା ଆୟ କରିଥିବା ବେଳେ ଚତୁର୍ଥ ଦିନରେ ପ୍ରାୟ ୨କୋଟି ଆୟ କରିଥିବା ଜଣାପଡ଼ିଛି। ଏହି ଟ୍ରେଡ ଏକ୍ସପୋର୍ଟକୁ ଦେଖିଲେ ଏବେ ପର୍ଯ୍ୟନ୍ତ ଏହି ଫିଲ୍ମ ୧୩ କୋଟି ଟଙ୍କା ଆୟ କରିଛି। କୁହାଯାଉଛି, ଦେଶ ସହ ସିନେ ଜଗତରେ ମୋଦିଙ୍କ ଲହର ଯୋଗୁ ଏହି ଫିଲ୍ମକୁ ବହୁତ ଫାଇଦା ହୋଇଛି।

Share