Categories: ଖେଳ

ଫେସବୁକ୍‌ରେ ବକ୍ସରଙ୍କୁ ପ୍ରେମ ନିବେଦନ କରିଥିଲେ ଶିଖର ଧାଓ୍ବନ

ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ନିଜ ବ୍ୟାଟିଂ ପାଇଁ ଯେତିକି ଲୋକପ୍ରିୟତା ହାସଲ କରିନାହାନ୍ତି, ତାଙ୍କ ପ୍ରେମ କାହାଣୀକୁ ନେଇ ସେତିକି ଚର୍ଚ୍ଚାରେ ଥାଆନ୍ତି। ଧାଓ୍ବନଙ୍କ ବିବାହ ୨୦୧୨ ଅକ୍ଟୋବର ୩୦ରେ ଅଷ୍ଟ୍ରେଲିଆର ବକ୍ସର ଆୟେଶା ମୁଖାର୍ଜୀଙ୍କ ସହ ହୋଇଥିଲା। ଆୟେଶା ଶିଖର ଧାଓ୍ବନଙ୍କଠାରୁ ୭ ବର୍ଷ ବଡ଼ ଏବଂ ବାହାଘର ପୂର୍ବରୁ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଥିଲେ। ଫେସ୍ବୁକ ଜରିଆରେ ଶିଖରଙ୍କ ପ୍ରେମ ସମ୍ପର୍କ ଆୟେଶାଙ୍କ ସହ ଆରମ୍ଭ ହୋଇଥିଲା। ପ୍ରଥମେ ବନ୍ଧୁତା ଏବଂ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଶିଖର କିନ୍ତୁ ଜାଣି ନ ଥିଲେ ଯେ ଆୟେଶା ପୂର୍ବରୁ ବିବାହିତା ଏବଂ ତାଙ୍କର ଦୁଇଟି ପିଲା ଅଛନ୍ତି ବୋଲି । ଯେତେବେଳେ ଶିଖର ତାଙ୍କୁ ନିଜର ଭଲ ପାଇବା କଥା କହିଲେ, ସେତେବେଳେ ଆୟେଶା ତାଙ୍କ ଅତୀତ କଥା ସବୁ କହିଥିଲେ। ଶିଖର ସବୁ କଥା ଶୁଣି ହସିକି କହିଲେ, ତ କ’ଣ ହେଲା? ମୋର ଏଥିରେ କିଛି ଅସୁବିଧା ନାହିଁ। ବିବାହ ପରେ ଧାଓ୍ବନ ଆୟେଶା ଏବଂ ତାଙ୍କ ଦୁଇ ଝିଅକୁ ଆପଣାଇ ନେଇଥିଲେ। ଏବେ ତାଙ୍କର ଏକ ପୁଅ ମଧ୍ୟ ଅଛି। ପେସାରେ ବକ୍ସର ଆୟେଶା ପ୍ରଥମେ ଜଣେ ଅଷ୍ଟ୍ରେଲୀୟ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ତେବେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା।

Share