Categories: ଅନୁଗୋଳ

ବଇଣ୍ଡା ଅଞ୍ଚଳର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯିବ

ବଇଣ୍ଡା,୧୫।୬(ଡି.ଏନ.ଏ.): ଗମନାଗମନ କ୍ଷେତ୍ରରେ ବଇଣ୍ଡା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ହେଲେ ବହୁ ସମସ୍ୟା ଏହି ଅଞ୍ଚଳରେ ଲାଗି ରହିଛି। ଲୋକମାନଙ୍କୁ କିଭଳି ପାନୀୟ ଜଳ, ସ୍ବାସ୍ଥ୍ୟ, ବିଜୁଳି ଭଳି ମୌଳିକ ସୁବିଧା ଯୋଗାଇ ଦିଆଯିବ ସେଥିପାଇଁ ସରକାର ଅନେକ ଯୋଜନା ପ୍ରଚଳନ କରିଛନ୍ତି। ସମସ୍ତଙ୍କ ସହଯୋଗ ସହ ଯୁବଗୋଷ୍ଠୀ ଏକଜୁଟ୍‌ ହେଲେ ବଇଣ୍ଡା ଅଞ୍ଚଳର ବିକାଶ ହୋଇପାରିବ ବୋଲି ଶନିବାର କିଶୋରନଗର ବ୍ଲକ ବଇଣ୍ଡା କଲ୍ୟାଣୀ ମଣ୍ଡପଠାରେ ଅନୁଷ୍ଠିତ ବିଜେଡି କର୍ମୀ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗଦେଇ ଏହା କହିଛନ୍ତି। ନୁନୁକାପଶି ସରପଞ୍ଚ ଜଳଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ପ୍ରାରମ୍ଭରେ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ କିଭଳି ବିକାଶ ହେବ ସେ ନେଇ ଅଧିକ ଗୁରୁତ୍ୱ ଦେବାସହ ଶିକ୍ଷାର ବିକାଶ କିଭଳି ହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ବିଧାୟକ ସାହୁ କର୍ମୀମାନଙ୍କୁ କହିଥିଲେ। ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ସୁନୀଲ କୁମାର ପ୍ରଧାନ, ଗାଁ ବଇଣ୍ଡା ସରପଞ୍ଚ ମାନସ କୁମାର ସାହୁ, ହଣ୍ଡପା ସରପଞ୍ଚ ଅମୀୟ ପ୍ରଧାନ, ପୂର୍ବତନ ଜିଲା ପରିଷଦ ସଦସ୍ୟ ଅଜୟ କୁମାର ପ୍ରଧାନ, ନୁନୁକାପଶି ନାଏବ ସରପଞ୍ଚ ସୁରେଖା ବେହେରା, କଣ୍ଟେଇକୁଳିଆ ସରପଞ୍ଚ କୁମୁଦିନୀ ପ୍ରଧାନ, ଧୋବେଇ ବେହେରା, ବିଜେଡି ନେତା ଦୁର୍ଯ୍ୟୋଧନ ପ୍ରଧାନ, ଚିତ୍ତରଞ୍ଜନ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ସମ୍ମିଳନୀରେ ବଇଣ୍ଡା ଅଞ୍ଚଳକୁ ଏନ୍‌ଏସି ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀ ବିଧାୟକଙ୍କଠାରେ ଦାବି କରିଥିଲେ।(