ବଅଁରପାଳରେ ଆରମ୍ଭ ହେଲାଣି ଧାନବୁଣା: ୨୪,୮୧୦ ହେକ୍ଟରରେ ହେବ ଖରିଫ ଫସଲ

ଉପେନ୍ଦ୍ର ରାଉତ
ବଅଁରପାଳ, ୧୭।୫
ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ଖରିଫ ଚାଷକାର୍ଯ୍ୟ। ମୁଖ୍ୟତଃ ଉଚ୍ଚ ତଥା ଜଳସେଚନ ସୁବିଧା ନ ଥିବା ଜମିରେ ଚାଷୀମାନେ ଧାନ ବୁଣା ଚଳାଇଛନ୍ତି। ଆଗାମୀ ମାସରେ ମୌସୁମୀ ବର୍ଷା ଆସିବା ପରେ ଚାଷ କାର୍ଯ୍ୟ ଜୋର ଧରିବ। ଏହାକୁ ନଜରରେ ରଖି କୃଷି ବିଭାଗ ପକ୍ଷରୁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଚଳିତବର୍ଷ ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ବଅଁରପାଳ ବ୍ଲକର ମୋଟ୍‌ ୨୪ ହଜାର ୮୧୦ ହେକ୍ଟର ଜମିରେ ଖରିଫ ଫସଲ ପାଇଁ ସରକାରୀସ୍ତରରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ମୋଟ୍‌ ୨୪ ହଜାର ୮୧୦ ହେକ୍ଟର ଜମି ମଧ୍ୟରୁ ୧୦ ହଜାର ୯୪୫ ହେକ୍ଟରରେ କେବଳ ଧାନ ଚାଷ କରାଯିବ। ସେଥିରୁ ୧୦ ହଜାର ୫୮୫ ହେକ୍ଟରରେ ଅଧିକ ଅମଳକ୍ଷମ ଧାନ ଓ ୩୬୦ ହେକ୍ଟରରେ ଦେଶୀ ଧାନ ଫସଲ କରାଯିବାକୁ ସ୍ଥିର କରାଯାଇଛି। ସେହିପରି ମୋଟ୍‌ ୫,୩୪୬ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ହେବ। ସେଥିରୁ ୫୬୫ ହେକ୍ଟରରେ ମକା, ୧,୯୦୫ ହେକ୍ଟରରେ ମୁଗ, ୧,୮୧୧ ହେକ୍ଟରରେ ବିରି, ୧,୪୧୦ ହେକ୍ଟର ଜମିରେ ହରଡ଼ ଓ ୨ ଶହ ହେକ୍ଟରରେ ଅନ୍ୟାନ୍ୟ ଡାଲି ଜାତୀୟ ଚାଷ କରାଯିବ। ୨,୬୧୫ ହେକ୍ଟର ଜମିରେ ତୈଳବୀଜ ଜାତୀୟ ଫସଲ କରାଯିବ। ସେଥିରୁ ୧,୬୬୦ ହେକ୍ଟର ଜମିରେ ଚିନାବାଦାମ, ୯୫୪ ହେକ୍ଟର ଜମିରେ ରାଶି କରାଯିବ। ସେହିପରି ୮୩୮ ହେକ୍ଟର ଜମିରେ ହେବାକୁ ଥିବା ମସଲା ଜାତୀୟ ଫସଲ ମଧ୍ୟରୁ ୫୬୦ ହେକ୍ଟରରେ ଲଙ୍କା, ୧୫୦ ହେକ୍ଟର ଜମିରେ ହଳଦୀ, ୧୨୮ ହେକ୍ଟରରେ ଅଦା ଚାଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିସହ ୪,୫୦୦ ହେକ୍ଟର ଜମିରେ ପରିବା ଚାଷ କରାଯିବ। ତେବେ ଚାଷ କାର୍ଯ୍ୟ ହେବାକୁ ଥିବା ମୋଟ୍‌ ୨୪,୮୧୦ ହେକ୍ଟର ଜମି ମଧ୍ୟରୁ ୮,୨୮୯ ହେକ୍ଟର ଜମି ପାଇଁ ଜଳସେଚନର ସୁବିଧା ରହିଛି। ଡେରଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ୪,୪୨୦ ହେକ୍ଟରକୁ ଜଳସେଚନ କରାଯାଉଥିବା ବେଳେ କୁଇଓ କ୍ଷୁଦ୍ର ଜଳସେଚନରୁ ୧୬୨ ହେକ୍ଟର, ଉଠା ଜଳସେଚନରୁ ୧,୬୧୪ ହେକ୍ଟର, ସେଚକୂପରୁ ୯୯୦ ହେକ୍ଟର ଓ ଅନ୍ୟାନ୍ୟ ଉତ୍ସରୁ ୮୧୦ ହେକ୍ଟର ଜମିକୁ ଜଳ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ବାକି ୧୬,୫୨୧ ହେକ୍ଟର ଜମି ବର୍ଷା ଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ତେବେ ଧାନ ବୁଣା ଆରମ୍ଭ ହୋଇଯାଇଥିଲେ ବି ଏଯାଏ ବ୍ଲକ ଅଞ୍ଚଳରେ ଥିବା ଅନେକ ଚାଷ ଜମିକୁ ଜଳସେଚନ ପାଇଁ ପାଣି ଯାଇପାରିନାହିଁ। କେତେକ ଅଞ୍ଚଳରେ କେନାଲ ଶୁଖିଲା ପଡ଼ିଥିବାବେଳେ ବହୁ ସ୍ଥାନରେ ଉଠା ଜଳସେଚନ ପଏଣ୍ଟ ଗୁଡ଼ିକ ଅଚଳ ଅବସ୍ଥାରେ ପଡ଼ିଛି।
ଏ ସମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ସୁମନ୍ତ ନାୟକ କୁହନ୍ତି, ଚଳିତ ବର୍ଷ ୨୪,୮୧୦ ହେକ୍ଟର ଜମିରେ ଖରିଫ ଫସଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୧୩ଟି କୃଷି ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ ବିହନ ଯୋଗାଇ ଦିଆଯିବ। ୮,୨୮୯ ହେକ୍ଟର ଜମି ପାଇଁ ଜଳସେଚନର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri