Posted inଖେଳ

ଫ୍ୟାନ୍‌ ପାର୍କରେ ଭିଡ଼

ଭୁବନେଶ୍ୱର, ୨୩।୧୨(କ୍ରୀଡ଼ା ପ୍ରତିନିଧି)- ଟିକେଟ ନ ପାଇ ନିରାଶ ହୋଇଥିବା ଦର୍ଶକମାନେ ଫ୍ୟାନ ପାର୍କରେ ଭିଡ଼ ଜମାଇଥିଲେ। ଷ୍ଟାଡିୟମ ସମ୍ମୁଖ କିଲା ପଡ଼ିଆରେ ଓସିଏ ପକ୍ଷରୁ ଫ୍ୟାନ ପାର୍କର ବ୍ୟବସ୍ଥା କରାଯାଇଥିଲା। ଯେଉଁଠାରେ ଏକ ବିଶାଳ ଆକାରର ଡିଜିଟାଲ ସ୍କ୍ରିନ ଲଗାଯାଇଥିଲା। ମ୍ୟାଚ୍‌ର ସିଧାପ୍ରସାରଣ ପ୍ରଦର୍ଶିତ ହେଉଥିବାବେଳେ ଏଠାରେ ରାଜ୍ୟର ବିଭିନ୍ନ ପ୍ରାନ୍ତ ସମେତ ରାଜ୍ୟ ବାହାରର କ୍ରିକେଟପ୍ରେମୀ ଉପସ୍ଥିତ ଥିଲେ।
ଖାଇବା ପାଇଁ ଲମ୍ବା ଲାଇନ୍‌ –
ବିଭିନ୍ନ ଗ୍ୟାଲେରିରେ ବିକ୍ରି ହେଉଥିବା ଶୁଖିଲା ଓ ରନ୍ଧା ଖାଦ୍ୟ କିଣିବାକୁ ଦର୍ଶକମାନେ ଲମ୍ବା ଲାଇନରେ ଛିଡ଼ା ହୋଇଥିଲେ। ମ୍ୟାଚ୍‌ର ଗୋଟିଏ ଇନିଂସ ସରିବା ପୂର୍ବରୁ ଲାଇନ ଆରମ୍ଭ ହୋଇ ସାରିଥିଲା। ସମସ୍ତ ଗ୍ୟାଲେରିରେ ଓସିଏ ପକ୍ଷରୁ ଭେଣ୍ଡର ଯୋଗାଇ ଦିଆଯାଇଥିବାବେଳେ କେତେକ ଗ୍ୟାଲେରିରେ ବେନିୟମ ଭାବେ ଖାଦ୍ୟ ଦର ଅଧିକ ଦାମରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି।
ବ୍ଲିଡ ବ୍ଲ୍ୟୁ ବାରବାଟୀ-
ଭାରତୀୟ ଦଳର ସମର୍ଥକଙ୍କ ସ୍ଲୋଗାନ୍‌ ହେଉଛି ବ୍ଲିଡ ବ୍ଲ୍ୟୁ। ବ୍ଲ୍ୟୁ ଜର୍ସିକୁ ସମର୍ଥନ କରିବା ପାଇଁ ଏହି ସ୍ଲୋଗାନ ବ୍ୟବହାର କରାଯାଉଛି। ରବିବାର ଦିନ ବାରବାଟୀ ମଧ୍ୟ ବ୍ଲ୍ୟୁ(ନୀଳ ରଙ୍ଗ)ରେ ଭରି ହୋଇ ଯାଇଥିଲା। ଉପସ୍ଥିତ ଦର୍ଶକଙ୍କ ମଧ୍ୟରୁ ୭୦ ପ୍ରତିଶତ ଭାରତୀୟ ଦଳର ଜର୍ସି ପିନ୍ଧିଥିଲେ। ନିଶ୍ଚିତ ଭାବେ ଏଭଳି ଦୃଶ୍ୟ ଭାରତୀୟ ଦଳକୁ ଉତ୍ସାହିତ କରିଛି।

ପଦାର୍ପଣରେ ଚମକିଲେ ସାଇନି
ବାରବାଟୀରେ ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ ଫର୍ମାଟରେ ପଦାର୍ପଣ କରିଥିଲେ ଡାହାଣହାତୀ ପେସ୍‌ ବୋଲର ନଭଦୀପ ସାଇନି। ହରିୟାଣାର ଏହି ତାରକା ପେସ୍‌ ବୋଲର ଜଣଙ୍କ ପଦାର୍ପଣ ମ୍ୟାଚ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ବର୍ଷର ଅନ୍ତିମ ମ୍ୟାଚ୍‌ରେ ଭାରତର ସଫଳତମ ବୋଲର ରହିଛନ୍ତି ସାଇନି। ନିଜ ୧୦ ଓଭର ବୋଲିଂ ସ୍ପେଲରୁ ୫୮ ରନ ବିନିମୟରେ ୨ଟି ଉଇକେଟ ଅକ୍ତିଆର କରିଥିଲେ। ଏହା ମଧ୍ୟରେ ଶିମରନ ହେଟମେର ଓ ରୋଷ୍ଟନ ଚେଜ୍‌ଙ୍କ ଉଇକେଟ ଥିଲା। ଗତ ଅଗଷ୍ଟରେ ୱେଷ୍ଟଇଣ୍ଡିଜ ଦଳ ବିପକ୍ଷରେ ହିଁ ସଇନୀ ଟି୨୦ ଫର୍ମାଟରେ ପଦାର୍ପଣ କରିଥିଲେ। ପ୍ରଥମ ଟି୨୦ ମ୍ୟାଚ୍‌ରେ ୪ ଓଭର ବୋଲିଂ କରି ୧୭ ରନ ବିନିମୟରେ ୩ଟି ଉଇକେଟ ଅକ୍ତିଆର କରିଥିଲେ।
କ୍ରିକେଟ ଭିଡ଼ରେ ପ୍ରେମର ବାର୍ତ୍ତା-
ସବୁଆଡେ କ୍ରିକେଟ ପରିବେଶ। କ୍ରିକେଟପ୍ରେମୀଙ୍କ ଗହଣରେ ବାରବାଟୀ ଓ ଏହାର ଆଖପାଖ ଅଞ୍ଚଳରେ କ୍ରିକେଟର ବାସ୍ନା। ହେଲେ ଭିଡ଼ ଭିତରେ ଜଣେ ଏପରି ଲୋକ ଦେଖିବାକୁ ମିଳିଲେ ଯିଏ, ସ୍ବଚ୍ଛ କ୍ରିକେଟ ଖେଳ ଓ ସମସ୍ତଙ୍କୁ ଭଲ ପାଇବାର ବାର୍ତ୍ତା ଦେଉଥିଲେ। ମୁଣ୍ଡରେ କପୋତ ସଦୃଶ ଟୋପି। ଗୋଟିଏ ହାତରେ ଗାନ୍ଧି ଓ ଅନ୍ୟହାତରେ ଗାନ୍ଧୀଙ୍କ ତିନି ମାଙ୍କଡ ଭଳି ବସିଥିବା କିଛି ଲୋକଙ୍କ ଫଟୋ। ଦେହରେ ଲଟିକିଛି ଶାନ୍ତି ଓ ପ୍ରେମର ବାର୍ତ୍ତା ବହନ କରୁଥିବା ଏକ କାର୍ଡ। କ୍ରିକେଟ ଖେଳର ଭିଡ଼ ଭିତରେ ଏପରି ବେଶଭୂଷା ବ୍ୟକ୍ତି ଜଣଙ୍କ ଦୂରରୁ ବେଶ ବାରି ହୋଇ ପଡ଼ୁଥିଲେ। ଏହି ବ୍ୟକ୍ତି ଜଣଙ୍କ ହେଲେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଏ. ବ୍ରହ୍ମାନନ୍ଦ ଆଚାର୍ଯ୍ୟ।
ବର୍ଷ ହେବ ଲଗାତର ଭାବେ ମ୍ୟାଚ୍‌ବେଳେ ବାରବାଟୀ ଷ୍ଟାଡିୟମରେ ସେ ଦେଖିବାକୁ ମିଳୁଛନ୍ତି। ଗତ ୭ ବର୍ଷ ହେବ ସେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ବୋଲି କହିଥିଲେ। ଏହାଛଡ଼ା ପ୍ରତିଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ଏଠାରେ ରହି ଲୋକଙ୍କୁ ଶାନ୍ତି ଓ ପ୍ରେମ ବିଷୟରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି। ବ୍ରହ୍ମାନନ୍ଦଙ୍କ ଘର ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଅଞ୍ଚଳରେ। ଏକ ମୁଖ୍ୟ କଥା ହେଲା, କ୍ରିକେଟ ଏକ ଜୁଆ ଖେଳ ନୁହେଁ ବୋଲି ମଧ୍ୟ ବ୍ରହ୍ମାନନ୍ଦ ନିଜ ବାର୍ତ୍ତାରେ କହିଛନ୍ତି। କ୍ରିକେଟ ଖେଳକୁ ନେଇ ହେଉଥିବା ବିଭିନ୍ନ ବେଆଇନ, ବେନିୟମ କାର୍ଯ୍ୟ୍ୟକୁ ପ୍ରଶୟ ଦେବା ଉଚିତ ନୁହେଁ ବୋଲି ବ୍ରହ୍ମାନନ୍ଦ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri