ଫ୍ୟାନ୍‌ଙ୍କ ନିଦ ହଜାଉଛି ନୋରାଙ୍କ ‘ସୁଇଟ୍‌ ଡ୍ରିମ୍ସ’

ମୁମ୍ବାଇ: ବି-ଟାଉନ୍‌ ତାରକାମାନଙ୍କ ପାଇଁ ଫ୍ୟାନ୍‌ମାନଙ୍କ ସହ ଯୋଡ଼ି ହୋଇ ରହିବା ଦିଗରେ ସୋସିଆଲ ମିଡିଆ ଏକ ସହଜ ଓ ପ୍ରକୃଷ୍ଟ ମାଧ୍ୟମ ପାଲଟିଛି। ତେବେ ଏ କ୍ଷେତ୍ରରେ ପାଦେ ଆଗୁଆ ଅଛନ୍ତି ଅଭିନେତ୍ରୀ ନୋରା ଫତେହୀ। ବଲିଉଡ୍‌ରେ ଖୁବ୍‌ କମ୍‌ ଦିନରେ ଅଧିକରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛନ୍ତି ନୋରା। ସେ ଜଣେ ଲୋକପ୍ରିୟ କାନାଡିଆନ୍‌ ଡ୍ୟାନ୍ସର, ସଫଳ ମଡେଲ ତଥା ଅଭିନେତ୍ରୀ ଭାବେ ବେଶ୍‌ ଚର୍ଚ୍ଚିତ। କୌଣସି ବି ଗୀତରେ ଯଦି ନୋରା ନିଜ ଡ୍ୟାନ୍ସର ଜଲ୍‌ଓ୍ବା ଦେଖାଇଦିଅନ୍ତି, ଗୀତ ହୋଇଯାଏ ସୁପର୍‌ହିଟ। ତାଙ୍କ ୟୁନିକ୍‌ ଡ୍ୟାନ୍ସ ଷ୍ଟାଇଲ୍‌ ସାଙ୍ଗଙ୍କୁ ସରଳ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ପାଇଁ ଲକ୍ଷ ଲକ୍ଷ ଫ୍ୟାନ୍‌ ତାଙ୍କୁ ସୋସିଆଲ ମିଡିଆରେ ଫଲୋ କରିଥାନ୍ତି। ନୋରାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଏବେ ୯ ଲକ୍ଷ ଫଲୋଅର୍ସ ଅଛନ୍ତି। ଏଣୁ ସେ ନିଜ ଫ୍ୟାନ୍‌ମାନଙ୍କୁ ଖୁସି କରିବାର କୌଣସି ମଉକା ହାତଛଡ଼ା କରନ୍ତି ନାହିଁ।
ନିକଟରେ ନୋରା ଏକ ଗୋଲ୍‌ଡେନ୍‌ ଅଫ୍‌ ସୋଲ୍‌ଡର ଟପ୍‌ ଏବଂ ଲିଓପାର୍ଡ ପ୍ରିଣ୍ଟ ସ୍କର୍ଟ ପିନ୍ଧି ଦୁଇଟି ଫଟୋ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଗୋଟିଏ ଫଟୋରେ ସେ “ମୋ ପାଇଁ ଚମକୁଥିବା ପ୍ରତ୍ୟେକ ବସ୍ତୁ ସୁନା ଅଟେ” ବୋଲି କ୍ୟାପ୍‌ଶନ୍‌ରେ ଲେଖିଛନ୍ତି। ସେହିପରି ଦ୍ୱିତୀୟ ଫଟୋରେ “ସୁଇଟ୍‌ ଡ୍ରିମ୍‌ସ” ବୋଲି କ୍ୟାପ୍‌ଶନ୍‌ରେ ଲେଖିଛନ୍ତି। ଏହି ଦୁଇଟି ଫଟୋ ଏବେ ସୋସିଆଲ ମିଡିଆରେ ନୋରାଙ୍କ ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କ ନିଦ ହଜାଇ ଦେଇଛି। ଫଟୋ ଦୁଇଟି ଭାଇରାଲ ହେବା ସହ ଏଥିରେ ଲକ୍ଷାଧିକ ଲାଇକ୍‌ ଆଉ କମେଣ୍ଟ ମିଳୁଛି। ଏମିତିରେ ନୋରା ସମୟ ସମୟରେ ଆକର୍ଷଣୀୟ ଫଟୋ ଶେୟାର କରି ନିଜ ଫ୍ୟାନ୍‌ମାନଙ୍କୁ ଖୁସି କରିଦିଅନ୍ତି। ଏଥିପାଇଁ ସୋସିଆଲ ମିଡିଆରେ ତାଙ୍କ ଫଲୋଅର୍ସ ମଧ୍ୟ ବଢ଼ି ବଢ଼ି ଚାଲିଛନ୍ତି। ଅନ୍ୟପଟେ ଖୁବ୍‌ଶୀଘ୍ର ସେ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ରେ ନଜରକୁ ଆସିବେ। ଫିଲ୍ମରେ ଶ୍ରଦ୍ଧା କପୁର ଏବଂ ବରୁଣ ଧାଓ୍ବନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିିଳିବ। ଫିଲ୍ମଟି ୨୦୨୦ ଜାନୁୟାରୀ ୨୪ରେ ରିଲିଜ୍‌ ହେବ।

Share