ଫ୍ୟାନଙ୍କୁ ଖୁସି ଖବର ଦେବେ କମେଡି କିଙ୍ଗ୍‌ କପିଲ୍‌

କମେଡି କିଙ୍ଗ୍‌ କପିଲ ଶର୍ମା ଫ୍ୟାନମାନଙ୍କୁ ଖୁବ୍‌ଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି। ଚଳିତବର୍ଷ ଶେଷଆଡ଼କୁ କପିଲଙ୍କ ଘରକୁ ନୂଆ ଅତିଥି ଆସିବେ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ କପିଲ ସବୁ କାମ ପଛରେ ପକାଇ ସ୍ତ୍ରୀ ଗିନି ଚତ୍‌ରଥଙ୍କ କେୟାର ନେଉଛନ୍ତି। ଖାସ୍‌ କରି କପିଲ ତାଙ୍କ ବ୍ୟସ୍ତବହୁଳ ଜୀବନର ଟାଇମଟେବୁଲ ମଧ୍ୟ ବଦଳାଇ ଦେଇଛନ୍ତି। ଟିକେ ଫୁରସତ୍‌ ପାଉଛନ୍ତି ତ କପିଲ୍‌ ଗିନିଙ୍କ ପାଖକୁ ପଞ୍ଜାବ ଚାଲି ଯାଉଛନ୍ତି। ସେଠାରେ ଫ୍ୟାମିଲି ସହ ଖୁସି ମନାଉଛନ୍ତି। ଯଦିଓ ଏନେଇ କପିଲ୍‌ ମୁହଁ ଖୋଲି କିଛି କହି ନାହାନ୍ତି। ଗୋଟିଏ ଶୋ’ରେ ତାଙ୍କର କୋ-ଷ୍ଟାର କୃଷ୍ଣା ଅଭିଷେକ କହୁ କହୁ ଇସାରାରେ ଏକଥା କହି ଦେଇଛନ୍ତି।

କପିଲ୍‌ ଗତ ୩ ତାରିଖରେ ଗିନିଙ୍କ ସହିତ ଜଳନ୍ଧର ଯାଇଥିଲେ। ସେଠାରେ ଗୋଟିଏ ଦିନ ରହି ମନାଲି ବୁଲିବାକୁ ଯାଇଥିଲେ। ସେହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର ବି କରିଛନ୍ତି। ଏହା ପରେ ଅମୃତସରରୁ ଫ୍ଲାଇଟ୍‌ରେ କପିଲ୍‌ ସିଧା ମୁମ୍ବାଇ ଫେରି ଆସିଛନ୍ତି। କପିଲ ଏବଂ ଗିନିଙ୍କ ବିବାହ ୨୦୧୮ ଡିସେମ୍ବର ୧୨ ଏବଂ ୧୩ରେ ପଞ୍ଜାବରେ ହୋଇଥିଲା।

Share