Categories: ବାଣିଜ୍ୟ

ଫ୍ଲିପକାଟର୍ର୍ ଆଣିଲା କ୍ରେଡିଟ କାର୍ଡ

ମୁମ୍ବାଇ,୧୩।୭: ଅନ୍‌ଲାଇନ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଗ୍ରାହକଙ୍କ ଲାଗି ନିଜସ୍ବ କ୍ରେଡିଟ କାର୍ଡ ଲଞ୍ଚ କରିଛି। ଗ୍ରାହକ ନିଜ ପାଖରେ ଅର୍ଥ ନ ଥିଲେ ମଧ୍ୟ ଏହି କାର୍ଡ ଜରିଆରେ ଫ୍ଲିପକାର୍ଟରୁ କିଣାକିଣି କରିପାରିବେ। ଆକ୍ସିସ୍‌ ବ୍ୟାଙ୍କ ଓ ମାଷ୍ଟରକାର୍ଡ ସହିତ ମିଶି କମ୍ପାନୀ ଏହି କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡ ଆଣିଛି। କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡ ଲଞ୍ଚ କରିବାରେ ଆମାଜନ, ପେଟିଏମ୍‌ ଓ ଓଲା ଭଳି ଇଣ୍ଟରନେଟ କମ୍ପାନୀଙ୍କ ଗ୍ରୁପ୍‌ରେ ଫ୍ଲିପକାର୍ଟ ସାମିଲ ହୋଇଛି। ପାର୍ଟନରସିପ୍‌ରେ ଲଞ୍ଚ ହୋଇଥିବା ଏହି କ୍ରେଡିଟ କାର୍ଡ ମାମଲାରେ ରିସ୍କ ଆନାଲିସିସ୍‌, କାର୍ଡ ଜାରି କରିବା, ପେମେଣ୍ଟ ପ୍ରୋସେସ୍‌ କରିବା, କଓ୍ବୋଇସି, ଅଣ୍ଡରରାଇଟିଂ ଏବଂ ଡିସ୍‌କାଉଣ୍ଟ-କ୍ୟାଶବ୍ୟାକ ମ୍ୟାନେଜ କରିବା କାମ ଆକ୍ସିସ୍‌ ବ୍ୟାଙ୍କ କରିବ। ଅନ୍ୟପକ୍ଷରେ ଫ୍ଲିପ୍‌କାର୍ଟ ମାର୍କେଟିଂ ଓ ପ୍ରମୋଶନ କାମକୁ ଦେଖିବ। ୨୦୨୦ ମଧ୍ୟଭାଗ ସୁଦ୍ଧା କମ୍ପାନୀ ୧୦ ଲକ୍ଷ କ୍ରେଡିଟ କାର୍ଡ ଜାରି କରିବାର ଲକ୍ଷ୍ୟ ରଖିଛି।

Share