Categories: ଜାତୀୟ

ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ପକ୍ଷରୁ ଚଢ଼ାଉ: ଟାୟାର ଭିତରୁ ମିଳିଲା ୨କୋଟି ୪୦ ଲକ୍ଷର ବଣ୍ଡଲ

ବେଙ୍ଗାଲୁର୍‌,୨୧।୪: ଲୋକ ସଭା ନିର୍ବାଚନ ପାଇଁ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ପକ୍ଷରୁ ଚଢ଼ାଉ ଜାରି ରହିଛି। କର୍ନାଟକ ଶିମୋଗା ଜିଲାରେ ଏକ ଟାୟାର ଭିତରୁ ୨ କୋଟି ୪୦ ଲକ୍ଷ ଟଙ୍କାର ୨ହଜାର ଟଙ୍କିଆ ବଣ୍ଡଲ ଜବତ ହୋଇଛି। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଛି। ଏକ କାରରେ ଥିବା ଟାୟାର ଖୋଳିବା ପରେ ଏଥିରୁ ଟଙ୍କା ଜବତ ହୋଇଥିବା କୁହାଯାଉଛି। ଏହାର ଭିଡ଼ିଓ ମଧ୍ୟ ସୋସିଆଲ୍‌ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି।

Share