Categories: ଖେଳ

ଫ୍ରେଞ୍ଚ ଓପନରେ ଖେଳିବେ ନାହିଁ ଫେଡରର

ପ୍ୟାରିସ,୨୦।୨- ସୁଇଜରଲାଣ୍ଡର କିମ୍ବଦନ୍ତୀ ରୋଜର ଫେଡରର ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରେ ଖେଳିବେ ନାହିଁ। କେବଳ ଫ୍ରେଞ୍ଚ ଓପନ ନୁହେଁ ସିଜନର ପ୍ରାୟ କ୍ଲେ କୋର୍ଟ ଇଭେଣ୍ଟରୁ ସେ ବାଦ୍‌ ପଡ଼ିଛନ୍ତି। ସୁଇଜରଲାଣ୍ଡରେ ତାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଛି। ପୁରୁଷ ବର୍ଗରେ ସର୍ବାଧିକ ୨୦ ଗ୍ରାଣ୍ଡସ୍ଲାମ ଟାଇଟଲ ଅଧିକାରୀ ଅଷ୍ଟ୍ରେଲିଆନ ଓପନରେ ଆହତ ସମସ୍ୟା ଯୋଗୁ ସଂଘର୍ଷ କରିଥିଲେ। ଇଭେଣ୍ଟର ସେମିଫାଇନାଲରେ ଫେଡରରଙ୍କୁ ସର୍ବିଆର ନୋଭାକ ଜୋକୋଭିଚ୍‌ ହରାଇ ଥିଲେ। ସେହି ମ୍ୟାଚ୍‌ଠାରୁ ଫେଡରର କୋର୍ଟକୁ ଓହ୍ଲାଇ ନାହାନ୍ତି। ୩୮ ବର୍ଷୀୟ ଖେଳାଳି କହିଛନ୍ତି, ସେ ଦୁବାଇଠାରେ ହେବାକୁ ଥିବା ଏଟିପି ଟୁର୍ନାମେଣ୍ଟ, ଇଣ୍ଡିଆନ ଓ୍ବେଲ୍ସ, ବୋଗୋତା ଓ ମିଆମିରେ ଖେଳିବେ ନାହିଁ। କିଛି ଦିନ ହେଲା ଡାହାଣ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରୁଥିଲି। ଏହା ଧିରେ ଧିରେ ଭଲ ହୋଇଯିବ ବୋଲି ଭାବିଥିଲି। କିନ୍ତୁ ଯାଞ୍ଚ ରିପୋର୍ଟ ଓ ମୋ ଟିମ ସହ ଆଲୋଚନା ପରେ ଅର୍ଥସ୍ପୋପିକ ସର୍ଜରି କରିବାକୁ ମୁଁ ନିଷ୍ପତ୍ତି ନେଇଥିଲି ବୋଲି ଫେଡରର ଟୁଇଟ୍‌ କରି ଜଣାଇଛନ୍ତି। ଉଲ୍ଲେଖଥାଉ କି, ସେ ୨୦୧୭ ଓ ୨୦୧୮ରେ ପୂରା କ୍ଲେ କୋର୍ଟ ସିଜନରେ ଖେଳି ନ ଥିଲେ। ଗତବର୍ଷ ସେ ଫ୍ରେଞ୍ଚ ଓପନ ସମେତ କେବଳ ଦୁଇ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ।

Share