ଫୋର୍ବସ ଅଣ୍ଡର୍‌-୩୦ରେ ଉମଙ୍ଗ

ଇନ୍ଦୋର: ଆଧୁନିକତା ମଧ୍ୟରେ ଗାନ୍ଧୀଙ୍କ ଚିନ୍ତାଧାରାକୁ ପୁଣି ଲେଉଟାଇ ଆଣିବାରେ ମଙ୍ଗ ଧରିଥିବା ଉମଙ୍ଗ ଶ୍ରୀଧରଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ। ଉମଙ୍ଗ ଓ ତାଙ୍କ ଷ୍ଟାର୍ଟଅପ୍‌ ଡିଜିଟାଲ୍‌ ପ୍ରିଣ୍ଟ୍‌ର ଖଦି ବସ୍ତ୍ରକୁ କୁଟୀରଶିଳ୍ପରୁ ବିଶ୍ୱ ବଜାରରେ ପହଞ୍ଚାଇ ଦେଇଛନ୍ତି। କେବଳ ଏତିକି ନୁହେଁ ଗାନ୍ଧିଜୀ ଯେଉଁ ଗ୍ରାମ ସ୍ବରାଜ, କୁଟୀରଶିଳ୍ପ ଓ ନାରୀ ସଶକ୍ତୀକରଣର ସ୍ଲୋଗାନ୍‌ ଦେଇଥିଲେ ତାହାକୁ ଉମଙ୍ଗ ସାକାର କରିଛନ୍ତି ଓ ଆଗକୁ ନେବାରେ ସଫଳ ହୋଇଛନ୍ତି। ଉମଙ୍ଗ ଚମ୍ବଲ-ନର୍ମଦା କୂଳରେ ଥିବା ଏକ ପଛୁଆ ଗାଁର ଶହ ଶହ ମହିଳାଙ୍କୁ ହାତରେ ଚରଖା ଧରାଇ ସ୍ବାବଲମ୍ବୀ କରାଇପାରିଛନ୍ତି। ମଧ୍ୟପ୍ରଦେଶ ଇନ୍ଦୋରର ଏକ ଛୋଟ ଗାଁ କିଷନଗଞ୍ଜ। ଏହି ଗାଁରେ ଜନ୍ମିତ ଉମଙ୍ଗ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସ୍ନାତକ କରିବା ପରେ ୨୦୧୩ରେ ଏକ ଷ୍ଟାର୍ଟଅପ୍‌ ଆରମ୍ଭ କରିଥିଲେ। ପରେ ମଧ୍ୟପ୍ରଦେଶର ଜାବରାସ୍ଥିତ ଗାନ୍ଧୀ ସେବା ଆଶ୍ରମରେ ଏହାକୁ ନେଇ ୨୫୦ ଜଣ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ। ଆଧୁନିକତା ପ୍ରଭାବରେ ଲୁପ୍ତ ହୋଇଯାଉଥିବା ଖଦିକୁ ବଞ୍ଚାଇ ରଖିବା ଲାଗି ସେ ଏହି ‘ଖାଡିଜି ’ବା ଖଦି ଡିଜିଟାଲ ଆରମ୍ଭ କରିଛନ୍ତି। ୨୦୨୦ ସୁଦ୍ଧା ଉମଙ୍ଗ ମଧ୍ୟପ୍ରଦେଶରେ ୧୦ଟି କେନ୍ଦ୍ର ସ୍ଥାପନ କରିବାର ମଧ୍ୟ ଯୋଜନା ରଖିଛନ୍ତି। ମହାରାଷ୍ଟ ଓ ପଶ୍ଚିମବଙ୍ଗରେ ବି କିଛି କେନ୍ଦ୍ର କାମ କରୁଛି। ଦୁଇ ବର୍ଷ ତଳେ ଏହି କମ୍ପାନୀରେ କାର୍ଯ୍ୟ କରୁଥିବା ମହିଳାଙ୍କ ମାସିକ ରୋଜଗାର ୪ ହଜାର ଥିଲା ଓ ଏବେ ଏହା ୧୫ ହଜାରରେ ପହଞ୍ଚିଛି । ପ୍ରତିଷ୍ଠିତ ଫୋର୍ବସ ମାଗାଜିନ୍‌ ୩୦ ବର୍ଷ ବୟସରୁ କମ୍‌ ଆଚିଭର୍ସଙ୍କ ତାଲିକାରେ ଉମଙ୍ଗଙ୍କୁ ସ୍ଥାନ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri