ଫୋର୍ବସ୍‌ ଇଣ୍ଡିଆ ସେଲିବ୍ରିଟି ୨୦୧୯ ତାଲିକାରେ ସାମିଲ ହେଲେ ଦିପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ୨୦୧୯ରେ ବିଶ୍ୱର ସବୁଠାରୁ ଅଧିକ ପସନ୍ଦ ମହିଳାଙ୍କ ତାଲିକାରେ ସାମିଲ ହୋଇଯାଇଛନ୍ତି। ବଲିଉଡ୍‌ ଏକମାତ୍ର ଅଭିନେତ୍ରୀ ଯିଏ କି ଫୋର୍ବସ୍‌ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଥିବା ୧୦୦ଟି ସେଲିବ୍ରିଟି ତାଲିକାର ଟପ୍‌ ୫ରେ ରହିଛନ୍ତି। ଏହା ପୂର୍ବରୁ ଦୀପିକା ଫିଲ୍ମରେ ଭଲ କାର୍ଯ୍ୟ ବା ଅଭିନୟ ପାଇଁ ‘ ବିଲିଉଡ୍‌ରୁ ବିଶ୍ୱର ସବୁଠାରୁ ଗର୍ଜିୟସ୍‌ ମହିଳା’ ଭାବେ ଟାଇଟଲ ହାତେଇଥିଲେ। ନିଜର ଦମ୍‌ଦାର ଅଭିନୟ ଓ କୌଣସି କାର୍ଯ୍ୟକ୍ରମରେ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ସହ ଏଣ୍ଟ୍ରି କରୁଥିବା ଦୀପିକା ଏବେ ସୁନ୍ଦରତାର ପ୍ରତୀକ ଭାବେ ହୋଇଯାଇଛନ୍ତି। ଫିଲ୍ମ ‘ପଦ୍ମାବତ’ରେ ନିଜର ସାହସିକତାକୁ ଦେଖାଇବା ପରେ ଏସିଡ୍‌ ଆଟାକ୍‌ ସର୍ଭାଇଭରଙ୍କ ଜୀବନି ଉପରେ ଆଧାରିତ ହୋଇଥିବା ଫିଲ୍ମ ‘ଛପାକ୍‌’ରେ ସେ ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୦ ଜାନୁୟାରୀ ୨୦୨୦କୁ ପରଦାରେ ଆସିବ। ଏଥିସହ ବିବାହ ପରେ ଦୀପିକା ଓ ରଣବୀର ସିଂହ ଦୁଇଜଣ ଏକାଠି ସ୍କ୍ରିନ ଶେୟାର କରୁଥିବା ବେଳେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ବାୟୋପିକ୍‌ ‘୮୩’ରେ ଦୁଇ ଜଣ ନଜର ଆସିବେ।

Share