Categories: ଜାତୀୟ

ଫେସ୍‌ବୁକ ଲାଇଭରେ କୁମାରସ୍ବାମୀ ଓ ତାଙ୍କ ପରିବାରଙ୍କୁ ଅଭଦ୍ର ଟିପ୍ପଣୀ ଦେଇ ୨ ଗିରଫ

ବେଙ୍ଗାଲୁର,୧୧।୬: ଫେସ୍‌ବୁକ ଲାଇଭ ସମୟରେ କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଓ ପୂର୍ବତନ ଏଚ୍‌ଡି ଦେବଗୌଡାଙ୍କ ଉପରେ ଅଭଦ୍ର ଟିପ୍ପଣୀ ଦେଇଥିବା ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ଗିରଫ ହୋଇଥିବା ୨ଜଣ ବ୍ୟକ୍ତି ହେଲେ ସିଦ୍ଧରାଜୁଓ ଜୋମରାଜୁ। ସୂଚନାଯୋଗ୍ୟ, ମେ ୨୩କୁ ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ଏହି ୨ଜଣ ବ୍ୟକ୍ତି ଫେସବୁକ ଲାଇଭ କରିଥିଲେ। ସେହି ଲାଇଭରେ କୁମାରସ୍ବାମୀ ଓ ତାଙ୍କ ପରିବାରଙ୍କୁ ଗାଳିଗୁଲଜ କରିଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରିବା ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଫେସବୁକରେ ଲାଇଭ ଭିଡିଓକୁ ଡିଲିଟ କରାଯାଇଛି।

Share