ଫେସପ୍ୟାକ୍‌

ମୁଖକୁ ସୁନ୍ଦର କରିବାକୁ ହେଲେ ମହିଳାମାନେ କେତେ ଉପାୟ ଆପଣାଇଥାନ୍ତି। ଏହି ଉପାୟ ମଧ୍ୟରୁ ଫେସପ୍ୟାକ୍‌ ଅନ୍ୟତମ। ଯାହାର ସହାୟତାରେ ମହିଳାମାନେ ଆକର୍ଷକ ଦେଖାଯାନ୍ତି। ଫେସପ୍ୟାକ୍‌କୁ ମହିଳା ଘରେ ହିଁ ଆପଣାଇଥାନ୍ତି ଓ ସୁନ୍ଦର ହେବାର ଇଚ୍ଛା ରଖିଥାନ୍ତି। କିନ୍ତୁ ଦେଖାଯାଏ ମହିଳାଙ୍କ ଫେସପ୍ୟାକ୍‌ ଲଗାଇବା ସମୟରେ କିଛି ଭୁଲ୍‌ କରି ବସନ୍ତି ଯେଉଁ କାରଣରୁ ଏହାର ପୂରା ଫାଇଦା ମିଳି ନ ଥାଏ। ଆଜି ଆପଣଙ୍କୁ ଏମିତି ଭୁଲ୍‌ ବିଷୟରେ ସୂଚନା ଦିଆଯାଉଛି ଜାଣନ୍ତୁ ସେ ସମ୍ପର୍କରେ…
-ଫେସପ୍ୟାକ୍‌ ଶୁଖିଲା ପରେ ମହିଳାମାନେ ତାକୁ ରଗଡି ସଫା କରିଥାନ୍ତି। ଯାହାକି ସମ୍ପୂର୍ଣ୍ଣ ଭୁଲ୍‌। ଯଦି ଫେସ୍‌ପ୍ୟାକ୍‌ ଶୁଖିଯାଇଛି ତେବେ ଗୋଲାପଜଳ ଓ ପାଣି ଲଗାଇ ହାଲ୍‌କା ମସାଜ୍‌ରେ ସଫା କରନ୍ତୁ।
-ଫେସପ୍ୟାକ୍‌ ଲଗାଇବା ପରେ କଥାବାର୍ତ୍ତା କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ମୁହଁରେ ଲୋଚାକୋଚା ପଡ଼ିପାରେ। ଭଲ ହେବ ଫେସପ୍ୟାକ୍‌ ଲଗାଇବା ପରେ ଚୁପ୍‌ ରୁହନ୍ତୁ।
-ଅଧିକ ସମୟ ପର୍ଯ୍ୟନ୍ତ ଫେସପ୍ୟାକ୍‌ ଲଗାଇବା ଦ୍ୱାରା ଏହା କ୍ଷତିକାରକ। ଏକ୍ସପର୍ଟଙ୍କ ମତରେ ଫେସପ୍ୟାକ୍‌ କେବଳ ୧୦-୧୫ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। କିନ୍ତୁ ଏହାକୁ ଅଧିକ ସମୟ ଲଗାଇବା ଦ୍ୱାରା ମୁହଁର ତେଲିଆପଣକୁ ଶୁଖାଇ ଦେଇଥାଏ। ଯାହା ଫଳରେ ତ୍ୱଚା ଟାଣିହେଲା ପରି ଲାଗିବ। ଏହାଦ୍ୱାରା ଡ୍ରାଏନେସ, ରାସେସ୍‌ ଓ କୁଣ୍ଡାଇ ହେବା ସମସ୍ୟା ଦେଖାଯାଇପାରେ।
-ଗରମପାଣି ବ୍ୟବହାର କରନ୍ତୁ ନାହିଁ। ଅଧିକାଂଶ ମହିଳା ଫେସପ୍ୟାକ୍‌କୁ ମିକ୍ସ କରିବାକୁ ହେଲେ ଗରମ ପାଣି ବ୍ୟବହାର କରିଥାନ୍ତି। ଯାହା ତ୍ୱଚା ପାଇଁ କ୍ଷତିକାରକ। ଫେସପ୍ୟାକ୍‌କୁ ସାମାନ୍ୟ କିମ୍ବା ଫ୍ରେସ୍‌ ପାଣିରେ ମିକ୍ସ କରି ଦିଅନ୍ତୁ।