ଫେରୁଛି ‘ରୋଜା’

ମୁମ୍ବାଇ: ମଣିରତ୍ନମଙ୍କ ନିର୍ଦ୍ଦେଶିତ ଫିଲ୍ମ ୧୯୯୨ରେ ପରଦାରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିବା ବେଳେ ଏବେବି ଏହା ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି। ଏଥିରେ ଅରବିନ୍ଦ ସ୍ବାମୀ ଓ ମଧୁଙ୍କ ଯୋଡିଙ୍କୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏବେ ଏହି ଯୋଡି ଆଉ ଏକ ବଲିଉଡ୍‌ ମୁଭି ମାଧ୍ୟମରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ନିକଟରେ ଏକ ସାକ୍ଷାତ୍‌କାରରେ ମଧୁ କହିଛନ୍ତି, ସେ କେତେଗୁଡିଏ ଫିଲ୍ମ ପାଇଁ କାମ କରୁଛନ୍ତି। ଏହାସହ ଦୂରଦର୍ଶନ ପାଇଁ ମଧ୍ୟ କାମ କରୁଛନ୍ତି। ହେଲେ ସେ ‘ରୋଜା’ ପରେ ଏବେ ପୁଣିଥରେ ଏକ ହିନ୍ଦୀ ଫିଲ୍ମ ମାଧ୍ୟମରେ ଅରବିନ୍ଦଙ୍କ ସହ ବଲିଉଡ୍‌ ଫେରୁଛନ୍ତି। ସେଥିପାଇଁ ସେ ବହୁତ ଉତ୍ସାହିତ ବୋଲି ମଧ୍ୟ କହିଛନ୍ତି। ତାମିଲ ଭାଷି ମଧୁ ହେମାମାଳିନୀଙ୍କ ଭାଣିଜି ହୋଇଥିବା ବେଳେ ଫିଲ୍ମ ‘ଫୁଲ୍‌ ଔର କାଣ୍ଟେ’ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

Share