ଫେରାର ୩ ମାଓବାଦୀ ଗିରଫ

ମାଲକାନଗିରି,୩୦।୫(ସ୍ବ.ପ୍ର) ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ସୁକୁମା ଜିଲା କୋଂଟା ପୋଲିସକୁ ଏକ ବଡ ସଫଳତା ମିଳିଛିା
ମାଓ ମାମଲାରେ ଫେରାର ଥିବା ୩ ମାଓବାଦୀଙ୍କୁ ଗିରଫ କରିଛି କୋଂଟା ପୋଲିସ। ଡିଆରଜି ଜବାନା ସୂଚନା ମୁତାବକ କୋଂଟା ପୋଲିସ ଓ
ଡିଆରଜି ଜବାନମାନେ ସୁନମଗୁଡା ଓ ମୁରଳିଗୁଡା ଅଞ୍ଚଳରେ କୁଂମ୍ବିଂ ୍ଅପରେସନରେ ୩ଜଣଙ୍କୁ ସନ୍ଦେହ କରି ଗିରଫ କରିଥିଲୋ ଓ କୋଂଟା
ଥାନାରେ ରଖି ପଚରାଉଚରା କରିଥିଲୋ ତେବେ ପଚରାଉଚରାରୁ ଜଣାପଡିଥିଲା ଯେ, ଏହି ୩ଜଣ ମିଲିସିଆ ମାଓବାଦୀ। ବିଗତ ଦିନରେ ବିଭିନ୍ନ ମାମଲାରେ ଜଡିତ ଥାଇ ଫେରାର ଥିଲୋ ଏହି ୩ଜଣ ହେଲେ ମଡକମ ଦେବା, ମଡକମ ହିଡମା ଓ ସୋୟମ ଜଗାା ଏହି ତିନିଜଣ ଜାନୁଆରୀ ୧୯ରେ ମୁରଳିଗୁଡା ଗ୍ରାମରେ ବିଦ୍ୟୁତ୍‌ ବିଭାଗ ଓ ସେଠାକାର ବଣ୍ଡାମାନଙ୍କ ମଧ୍ୟରେ ଚାଲିଥିବା ଝଗଡାରେ ସ୍ଥାନୀୟ ଲୋକଙ୍କୁ ମାରପିଟ୍‌ କରିବା ଓ ଲୁଟ୍‌ମାର କରିବା ଘଟଣାରେ ସମ୍ପୃକ୍ତ ଥିଲେ। ଏଥିସହ ଗାଡିପୋଡି, ଆଇଡି ବିସ୍ପୋରଣ ଭଳି ବହୁ ମାଓ ହିଂସାରେ ଜଡିତ ଥିଲୋ ଆଜି ପୋଲିସ ଏହି ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।